www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରାକୃତିକ ବିପର୍ଯ୍ୟୟ ମୁକବିଲା ପାଇଁ ମକ୍ ଡ୍ରିଲ୍

ଆଠଗଡ: ବର୍ଷାଋତୁରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଠଗଡ ବ୍ଲକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ବୁଧବାର କଟକିଆସାହି ପଞ୍ଚାୟତର ପାଟେଣିଗାଁ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ଏକ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଏହି ମକ ଡ୍ରିଲ କାର୍ୟ୍ୟକ୍ରମରେ ବହୁ ଗ୍ରାମବାସୀ ଯୋଗ ଦେଇଥିବାବେଳେ ବନ୍ୟା ଓ ବାତ୍ୟା ସମୟରେ କିପରି ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟମାନଙ୍କୁ ସାହାଯ୍ୟ କରାଯାଇପାରିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ବିପର୍ୟ୍ୟୟ ସମୟରେ ଖାଦ୍ୟ, ପାନୀୟଜଳ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଥିଲା । ଉକ୍ତ ମକ ଡ୍ରିଲରେ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀ ବିପର୍ୟ୍ୟୟ କିପରି ନିଜକୁ ସୁରକ୍ଷିତ ରଖି ଅନ୍ୟମାନଙ୍କୁ କିପରି ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବେ ସେ ସମ୍ପର୍କରେ ଅଭ୍ୟାସ ଡ୍ରିଲ କରି ବୁଝାଇଥିଲେ ।

କଟକିଆସାହି ପଞ୍ଚାୟତର ସରପଞ୍ଚ ମାନସୀ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଖାଡେଙ୍ଗା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ରାଜେଶ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଗାୟତ୍ରୀ ପଣ୍ଡା, ଅଗ୍ନିଶମ ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ସେଠୀ ଓ ଉପ ଅଗ୍ନିଶମ ଅଧିକାରୀ ଶ୍ରୀ ଜିତେନ୍ଦ୍ର ଦାସଙ୍କ ସମେତ ସେ ଅଞ୍ଚଳର ସମସ୍ତ ଅଙ୍ଗନବାଡି କର୍ମୀ ଓ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories