www.samajalive.in
Sunday, December 14, 2025
26.1 C
Bhubaneswar

ଏତିକି ସମୟ ଚଲାନ୍ତୁ ଏସି, ରହିବନି ବିସ୍ଫୋରଣ ଭୟ: ଏହି ସେଟିିଙ୍ଗ୍ସକୁ ବି କରନ୍ତୁନି ଅଣଦେଖା

ସମାଜ ଡିଜିଟାଲ ​‌ଡେସ୍କ: ଦେଶର ଅଧିକାଂଶ ସ୍ଥାନରେ ଏବେ ଭୟଙ୍କର ଗରମ ଅନୁଭୂତ ହେଉଛି, ଯେଉଁଥିପାଇଁ ଲୋକେ ୨୪ ଘଣ୍ଟା ଏସିର ବ୍ୟବହାର କରୁଛନ୍ତି। ଏୟାର କଣ୍ଡିସନରର ଲଗାତର ବ୍ୟବହାର ଯୋଗୁ ଏଥିରେ ବିସ୍ଫୋରଣର ଅନେକ ଖବର ସାମ୍ନାକୁ ଆସିଛି। ଏହି କାରଣରୁ ଅନେକ ଲୋକଙ୍କ ମନରେ ଭୟ ରହିଛି ଯେ, ସେମାନଙ୍କ ଏସି ମଧ୍ୟ ବିସ୍ଫୋରଣ ହୋଇପାରେ। ତେବେ ଯଦି ଏସିକୁ ଏକ ସୀମା ମଧ୍ୟରେ ବ୍ୟବହାର କରନ୍ତି, ତେବେ ଏଥିରେ କଦାପି ବିସ୍ଫୋରଣ ହେବ ନାହିଁ। ଯଦି ଆପଣଙ୍କ ଘର କିମ୍ବା କାର୍ଯ୍ୟାଳୟରେ ମଧ୍ୟ ଏସି ଲାଗିଛି, ତେବେ ଜାଣି ରଖନ୍ତୁ ଯେ ଏହାକୁ କେତେ ସମୟ ପର୍ଯ୍ୟନ୍ତ ଲଗାତର ବ୍ୟବହାର କରିବା ଉଚିତ୍‌।

ଏତିକି ସମୟ ଚଲାନ୍ତୁ ଏସି:

- Advertisement -

ଯଦି ଆପଣଙ୍କ ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ, ତେବେ ଆପଣଙ୍କୁ ୬ରୁ ୮ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଲଗାତର ଏୟାର କଣ୍ଡିସନର ବ୍ୟବହାର କରିବା ଉଚିତ ନୁହେଁ। ଯଦି ସମ୍ଭବ ତେବେ ୬ରୁ ୮ ଘଣ୍ଟା ମଧ୍ୟରେ ୧୦ରୁ ୧୫ ମିନିଟ୍‌ ବିରତି ଦିଅନ୍ତୁ। ଅପରପକ୍ଷେ ୮ ଘଣ୍ଟାରୁ ଅଧିକ ସମୟ ବ୍ୟବହାର କଲେ ଏସିକୁ ଅତି କମ୍‌ରେ ୩୦ ମିନିଟ୍‌ ପାଇଁ ଥରୁଟିଏ ନିଶ୍ଚିତ ବନ୍ଦ କରନ୍ତୁ। ଏହାଦ୍ଵାରା ଏସି କଂପ୍ରେସର ଉପରେ କମ୍ ଚାପ ପଡ଼ିଥାଏ। କେବଳ ଏତିକି ନୁହେଁ, ଏପରି କରିବା ଦ୍ୱାରା ଏୟାର କଣ୍ଡିସନରରେ ସର୍ଟ ସର୍କିଟ୍‌ ଆଶଙ୍କ ମଧ୍ୟ କମିଯାଏ।

ତାପମାତ୍ରା ସେଟିଙ୍ଗ୍‌କୁ କରନ୍ତୁନି ଅଣଦେଖା:

ଟେମ୍ପରେଚର ସେଟିଙ୍ଗ୍ସ ମଧ୍ୟ ଏସି ବିସ୍ଫୋରଣର କାରଣ ହୋଇପାରେ। କମ୍ ତାପମାତ୍ରାରେ ଦୀର୍ଘ ସମୟ ଧରି ଏସି ବ୍ୟବହାର କରିବା କେବଳ ଏସି ପାଇଁ ନୁହେଁ ବରଂ ଆପଣଙ୍କ ପାଇଁ ମଧ୍ୟ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ବିଶେଷଜ୍ଞଙ୍କ ମୁତାବକ, ଏସିକୁ ସର୍ବଦା ୨୪ରୁ ୨୬ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ବ୍ୟବହାର କରିବା ଉଚିତ। ସେହିପରି ଆଜିକାଲି କିଛି ଏସି ଅଟୋ ମୋଡ୍ ସହ ଆସୁଛି, ଯାହା ତାପମାତ୍ରାକୁ ନିଜେ ଆପେଆପେ ନିୟନ୍ତ୍ରିତ କରିଥାଏ। ବିଶେ​‌ଷ କରି ରାତିରେ ସର୍ବଦା ଏସିକୁ ସ୍ଲିପ୍ ମୋଡ୍‌ରେ ହିଁ ସେଟ୍‌ କରି ଶୁଅନ୍ତୁ।

 

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories