ସମାଜ ଡିଜିଟାଲ ଡେସ୍କ: ରୋଗଗ୍ରସ୍ତ ବାପାଙ୍କର ଚାଲିଛି ଆଇସିୟୁରେ ଚିକିତ୍ସା। ବାପାଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ଆଇସିୟୁରେ ଦୁଇ ଝିଅଙ୍କ ହେଲା ବିବାହ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲକ୍ଷେ୍ନøରେ। ଯାହାର ଭିଡ଼ିଓ ସମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ବଲିଉଡର ‘ବିବାହ’ ଫିଲ୍ମ ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଅସୁସ୍ଥ ଥିବା ପିତାଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ହସ୍ପିଟାଲରେ ବାପାଙ୍କ ଆଶୀର୍ବାଦରେ ଆଇସିୟୁରେ ବିବାହ ସମ୍ପନ୍ନ ହୋଇଛି। ଜୁନ ୨୨ରେ ଦୁଇ ଭଉଣୀଙ୍କ ବିବାହ ହେବା ଥିଲା, ହେଲେ ଏହା ପୂର୍ବରୁ ୫୫ବର୍ଷୀୟ ବାପା ସୁଫି ସୟଦ ଜୁନୈଦଙ୍କ ହଠାତ ଦେହ ଅସୁସ୍ଥ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ବାପାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଇଚ୍ଛା ପୂରଣ ପାଇଁ ଆଇସିୟୁରେ ବିବାହ ହୋଇଥିଲା।
Popular Categories



