ଆହୁରି ୩ଦିନ ଅସହ୍ୟ ଗୁଳୁଗୁଳି
ଭୁବନେଶ୍ଵର: ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ରାଜ୍ୟ। ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ଅନେକ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀରେ ପାରଦ ୪୧ ଡିଗ୍ରୀ ଛୁଇଁଥିବାବେଳେ ୧୭ ସହରରେ ପାରଦ ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି। ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳିନାହିଁ। ପଶ୍ଚିମରେ ତାତି ଲାଗି ରହିଥିବାବେଳେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକର ବାୟୁମଣ୍ଡଳ ଗରମ ରହିଛି। ଆହୁରି ୩ ଦିନ ପର୍ଯ୍ୟନ୍ତ ଗରମ ଏବଂ ଗୁଳୁଗୁଳି ଲାଗି ରହିବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି।
Comments are closed.