www.samajalive.in
Saturday, December 6, 2025
14.1 C
Bhubaneswar

୨୯ ଜୀବନ ନେଲା ବିଷାକ୍ତ ମଦ, ୬୦ରୁ ଅଧିକ ଅସୁସ୍ଥ

ସମାଜ ଡିଜିଟାଲ ଡେସ୍କ: ୨୯ ଜୀବନ ନେଇଛି ବିଷାକ୍ତ ମଦ। ଏହା ସହିତ ବିଷାକ୍ତ ମଦ ପିଇ ୬୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏଭଳି ଘଟଣା ଘଟିଛି ତାମିଲନାଡୁର କାଲ୍ଲାକୁରିଚି ଜିଲାରେ। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ମଦ ଯୋଗାଣକାରୀ କାନ୍ନୁକୁଟ୍ଟୀ ଏବଂ ତାଙ୍କ ଭାଇ ତଥା ମଦ ବିକ୍ରେତା ଦାମୋଦରନଙ୍କୁ ଗିରଫ କରିଛି। ମିଥାନଲ ମିଶ୍ରିତ ମଦ ଯୋଗୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ରାଜ୍ୟ ସରକାର ଘଟଣାର କ୍ରାଇବବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି। ଯେଉଁ ଅଧିକାରୀମାନେ ଏହି ଘଟଣା ପାଇଁ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମୁଖ୍ୟମନ୍ତ୍ରୀକହିଛନ୍ତି। ଏଭଳି ଅପରାଧରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିମାନଙ୍କ ବିଷୟରେ ଜନସାଧାରଣ ଯଦି କୌଣସି ପ୍ରକାର ସୂଚନା ଦିଅନ୍ତି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ଅପରାଧ ସମାଜକୁ ନଷ୍ଟଭ୍ରଷ୍ଟ କରୁଛି ତାହାକୁ ଦୃଢ଼ତାର ସହିତ ଦମନ କରାଯିବ ବୋଲି ଷ୍ଟାଲିନ କହିଛନ୍ତି।
ଏହି ଘଟଣାରେ ସରକାର କାଲ୍ଲାକୁରିଚି ଜିଲାର ଏସପି ସମୟସିଂହ ମୀନାଙ୍କୁ ନିଲମ୍ବିତ କରିଛନ୍ତି। ତାଙ୍କ ସ୍ଥାନରେ ରଜତ ଚତୁର୍ବେଦୀଙ୍କୁ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ ଅନ୍ୟ କେତେଜଣ ପୁଲିସ ଅଧିକାରୀଙ୍କୁ ବି ନଲମ୍ବିତ କରାଯାଇଥିବା ସୂଚନା ମିଳିଛି। ତେବେ ଭାରତୀୟ ଜନତା ପାର୍ଟି ଏହି ଘଟଣାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories