୬୬ବର୍ଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ସମାଜ ଡିଜିଟାଲ ଡେସ୍କ: ଆଜି ୬୬ବର୍ଷରେ ପାଦ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।୧୯୫୮ ମସିହା ଆଜିର ଦିନରେ ସେ ମୟୂରଭଞ୍ଜ ଜିଲାର ଉପରବେଡାଠାରେ ଜନ୍ମଗ୍ରହଣ କରିଥିଲେ। ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁରରୁ ରାଇସିନା ହିଲରେ ପହଞ୍ଚି ମହିଳାଙ୍କ ପାଇଁ ସେ ପାଲଟିଛନ୍ତି ଅନନ୍ୟ ଉଦାହରଣ। ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବେ ଆସନ ଅଳଙ୍କୃତ କରିଛନ୍ତି। ଦ୍ରୌପଦୀ ମୁର୍ମୁ ଜଣେ ଏଭଳି ମଣିଷ ଯିଏକି କଠିନ ପରିଶ୍ରମ ଓ ଅନେକ ବାଧାବିଘ୍ନ ଅତିକ୍ରମ କରି ଆଜି ପ୍ରଥମ ନାଗରିକ ଭାବେ ଉଭା ହୋଇଛନ୍ତି। ଓଡ଼ିଶା ରାଜନୀତିରୁ ଝାଡଖଣ୍ଡର ରାଜ୍ୟପାଳ ଏବଂ ପରେ ରାଷ୍ଟ୍ରପତି ହୋଇଛନ୍ତି। ୨୦୨୨ ମସିହା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ସେ ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ଭାବେ ଦେଶର ସର୍ବୋଚ୍ଚ ଆସନରେ ବସିଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଛୁଟୁଛି ଶୁଭେଚ୍ଛାର ସୁଅ।
Comments are closed.