www.samajalive.in
Monday, December 15, 2025
16.1 C
Bhubaneswar

ସାନନଦୀରେ ବୁଡିଗଲେ ଯୁବକ, ମୃତଦେହ ଉଦ୍ଧାର କଲା ଦମକଳ ବାହିନୀ

ଗୁଣୁପୁର : ରାୟଗଡା ଜିଲା ଗୁଣୁପୁର ପୁଟାସିଂ ଥାନା ଅନ୍ତର୍ଗତ ମାଲାପଦର ଗ୍ରାମ ନିକଟରେ ପ୍ରବାହିତ ସାନନଦୀ (ମହେନ୍ଦ୍ର ତନୟା )ରେ ଗାଧୋଇବା ପାଇଁ ଯାଇ ଜଣେ ଯୁବକପାଣିରେ ବୁଡ଼ି ଯାଇଥିଲେ। ଯୁବକ ପାଣିରେ ବୁଡିଯାଇଥିବା ନେଇ କିଛି ଗ୍ରାମବାସୀ ଜାଣିବା ପରେ ସେଠାରେ ଅନେକ ଖୋଜାଖୋଜି କରିଥିଲେ। ଏହାପରେ ସେମାନେ ଜଣେ ଯୁବକ ସାନନଦୀରେ ବୁଡ଼ି ଯାଇଥିବା ନେଇ ଗୁଣୁପୁର ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା।  ଗୁଣୁପୁର ଦମକଳ ବାହିନୀ ପକ୍ଷରୁ ସାନନଦୀରେ ବହୁ ଖୋଜାଖୋଜି କରିବା ପରେ ଯୁବକଙ୍କ ମୃତଦେହ ପାଣି ଭିତରୁ ଉଦ୍ଧାର କରିଥିଲେ।
ମୃତକ ଯୁବକ ଜଣକ ହେଲେ ମାଲାପଦର ଗ୍ରାମର ଲୋକନାଥ ଶବର  ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ। ଖବରପାଇ ପୁଟାସିଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ ପରେ ତଦନ୍ତ କରିଛି। ଜବତ ମୃତଦେହକୁ ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories