ଡ଼େସ୍କ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ଆଜି (ଗୁରୁବାର) ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ରାଉଜ୍ ଆଭେନ୍ୟୁ କୋର୍ଟର ଅବକାଶକାଳୀନ ଖଣ୍ଡପୀଠ ଜଷ୍ଟିସ୍ ବିନ୍ଦୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ସକାଳେ ସେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଆମ୍ଆ ଦମୀ ପାର୍ଟିର ଆବାହକ ଅରବିନ୍ଦ କେଜ୍ରିଓ୍ଵାଲ ଆସନ୍ତାକାଲି ତିହାର ଜେଲରୁ ଏକ ଲକ୍ଷ ଟଙ୍କାର ଜାମିନ ବଣ୍ଡ ଦାଖଲ କରି ବାହାରକୁ ଯାଇପାରନ୍ତି।
ଏନଟିଏର କାର୍ଯ୍ୟକାରିତା ଅନୁଧ୍ୟାନ କରିବ ଉଚ୍ଚସ୍ତରୀୟ କମିଟି – କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ଚଳିତ ମାସ ୨୧ ତାରିଖରେ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ନିର୍ବାଚନକୁ ଦୃଷ୍ଟିରେ ରଖି ମେ’ ମାସରେ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ, ଯାହା ପରେ ସେ ଆତ୍ମ ସମର୍ପଣ କରିଥିଲେ।



