ହିମାଳୟା ପକ୍ଷରୁ ‘ଦ ଓଜି ପିମ୍ପଲ୍‌ ସଲ୍ୟୁଶନ’କ୍ୟାମ୍ପେନ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଏକ ଅଗ୍ରଣୀ ୱେଲ୍‌ନେସ୍‌ କମ୍ପାନୀ ହିମାଳୟା ଏହାର ନୂତନ କ୍ୟାମ୍ପେନ୍‌ ‘ଦ ଓଜି ପିମ୍ପଲ୍‌’ ସଲ୍ୟୁଶନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହି କ୍ୟାମ୍ପେନ ମା’ ଓ ସେମାନଙ୍କ କିଶୋରୀ ଝିଅମାନଙ୍କ ମଧ୍ୟରେ ମଜଭୁତ ବନ୍ଧନକୁ ପ୍ରଦର୍ଶିତ କରୁଛି । ତ୍ୱଚାଯତ୍ନ ଓ ବ୍ରଣ ଉପଚାର ପ୍ରସଙ୍ଗରେ ନିଜ ଝିଅଙ୍କ ଜୀବନରେ ମା’ମାନଙ୍କ ମୁଖ୍ୟ ପ୍ରଭାବକାରୀ ଭୂମିକାକୁ ହିମାଳୟାର ଏହି କ୍ୟାମ୍ପେନରେ ଆଲୋକପାତ କରାଯାଇଛି । ଏହି କ୍ୟାମ୍ପେନ୍‌ର ମୂଳରେ ବ୍ରାଣ୍ଡର ପ୍ରମୁଖ ଉତ୍ପାଦ ହିମାଳୟା ପ୍ୟୁରିଫାୟିଙ୍ଗ୍‌ ନୀମ୍‌ ଫେସ୍‌ ୱାଶ୍‌ ରହିଛି ଯାହାକି ହେଉଛି ସ୍କିନ୍‌କେୟାର ବର୍ଗରେ ଏକ କିମ୍ବଦନ୍ତୀ ଓ ବିଶ୍ୱସନୀୟ ନାମ । ଆରମ୍ଭ ପରଠାରୁ ହିମାଳୟା ନିରନ୍ତର ଭାବେ ପ୍ରାକୃତିକ ଉପାଦାନ ଓ ସ୍ଥାୟୀ ଅଭ୍ୟାସଗୁଡିକୁ ଗ୍ରହଣ କରିବା ପାଇଁ ପ୍ରୟାସ କରିଆସିଛି ଏବଂ ହିମାଳୟା ପ୍ୟୁରିଫାୟିଙ୍ଗ୍‌ ଫେସ୍‌ ୱାଶ୍‌ ଏହି ବ୍ରାଣ୍ଡ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ହିମାଳୟା ପ୍ୟୁରିଫାୟିଙ୍ଗ୍‌ ନୀମ୍‌ ଫେସ୍‌ ୱାଶ୍‌ ଜଟିଳ ବୈଜ୍ଞାନିକ ଅନୁସନ୍ଧାନ ଓ ପରୀକ୍ଷଣ ଦ୍ୱାରା ସମର୍ଥିତ ଅଟେ । ଏହି ଫେସ୍‌ ୱାଶ ଏକ ଡାକ୍ତରୀ ଭାବେ ପ୍ରମାଣିତ ସମାଧାନ ଅଟେ ଯାହାକୁ ସ୍ଥାୟୀ ରୂପେ ବିକଶିତ ପଦ୍ଧତିର ବ୍ୟବହାର କରି ଅଣାଯାଇଥିବା ୧୦୦ଧ ପ୍ରାକୃତିକ ନୀମ୍ବ ସହିତ ଉନ୍ନତ କରାଯାଇଛି, ଯାହା ପରିବେଶକୁ ସୁରକ୍ଷିତ ରଖିବା ସହିତ ସମୁଦାୟଗୁଡିକର ବିକାଶରେ ସାହାଯ୍ୟ କରୁଛି ।

prayash

ହିମାଳୟା ୱେଲ୍‌ନେସ୍‌ କମ୍ପାନୀର କ୍ୟାଟେଗୋରୀ ମ୍ୟାନେଜର ଗାୟତ୍ରୀ କାବିଲାନ୍‌ ଏହି କ୍ୟାମ୍ପେନ୍‌ ପଛରେ ଥିବା ବିଷୟବସ୍ତୁ ଓ ସୃଜନଶୀଳ ନିର୍ଦ୍ଦେଶନାର ତଥ୍ୟ ପ୍ରଦାନ କରିବା ସହିତ ବ୍ରାଣ୍ଡର ସାମଗ୍ରିକ ଲକ୍ଷ୍ୟ ଓ ମୂଲ୍ୟବୋଧ ସହ ଏହାର ସଂଯୋଗକୁ ଗୁରୁତ୍ୱାରୋପ କରିଛନ୍ତିି । ସେ କହିଛନ୍ତି, ‘ଆମର ପ୍ରେରଣା ହିମାଳୟା ପ୍ୟୁରିଫାୟିଙ୍ଗ ନୀମ୍‌ ଫେସ୍‌ ୱାଶ୍‌ର ସମୃଦ୍ଧ ବିରାସତ ଓ ବ୍ରାଣ୍ଡ କାହାଣୀରୁ ସୃଷ୍ଟି ହୋଇଛି । ଆମେ ଏଭଳି ଏକ କ୍ୟାମ୍ପେନ୍‌ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ଯାହା କେବଳ ଉତ୍ପାଦର ଦକ୍ଷତାକୁ ଆଲୋକପାତ କରିବ ନାହିଁ ବରଂ ସ୍ଥାୟୀ ତ୍ୱଚାଯତ୍ନ ପ୍ରତି ଆମର ବିରାସତ ଓ ପ୍ରତିବଦ୍ଧତାକୁ ସମ୍ମାନିତ କରିବ ।’

ସେହିଭଳି ୮୨.୫ କମ୍ୟୁନିକେଶନ୍ସ,ସାଉଥର ବ୍ରାଂଚ୍‌ ମୁଖ୍ୟ ନବୀନ ରମଣ କହିଛନ୍ତି, ‘ଏହି କ୍ୟାମ୍ପେନ୍‌ ଜେନ୍‌ ଆଲ୍‌ଫା ଝିଅ ଓ ସେମାନଙ୍କ ମା’ମାନଙ୍କ ମଧ୍ୟରେ ଏକ ମଜଭୁତ ସମ୍ପର୍କ ସୃଷ୍ଟି କରୁଛି । ଆମେ ଏହି ଓଜି ଇନ୍‌ଫ୍ଲୁଏନ୍ସର-ମା’ମାନଙ୍କୁ ଓ ସେମାନଙ୍କର ଓଜି ପରାମର୍ଶକୁ ପାଳନ କରୁଛୁ । ଆମେ ଆମର ପରବର୍ତୀ ପିଢିର କିଶୋରୀ ଝିଅମାନଙ୍କୁ ହିମାଳୟା ପ୍ୟୁରିଫାୟିଙ୍ଗ୍‌ ନୀମ ଫେସ୍‌ୱାଶ୍‌ ସହିତ କେବଳ ନିଜର ତ୍ୱଚାର ଯତ୍ନକୁ ନୁହେଁ ବରଂ ପୃଥିବୀର ଯତ୍ନକୁ ଆଲିଙ୍ଗନ କରିବା ପାଇଁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ ।’ ୮୨.୫ କମ୍ୟୁନିକେଶନ୍ସ, ସାଉଥ୍‌ର କାର୍ଯ୍ୟକାରୀ ସୃଜନଶୀଳ ନିର୍ଦ୍ଦେଶକ ସଙ୍ଗୀତା ସମ୍ପଥ୍‌ ଓ ରବିକୁମାର ଚେରୁସୋଲା ମା’ ଓ ଝିଅମାନଙ୍କ ମଧ୍ୟରେ ଏକ ଭାବନାତ୍ମକ ସଂଯୋଗ ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି କ୍ୟାମ୍ପେନ୍‌ ରାଷ୍ଟ୍ରବ୍ୟାପୀ କମର୍ସିଆଲ, ଡିଜିଟାଲ ବିଜ୍ଞାପନ ଓ ନିୟୋଜିତ ସୋସିଆଲ ମିଡିଆ କଂଟେଂଟ୍‌ ସହିତ ଆରମ୍ଭ ହୋଇଛି ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମା’ ଓ ସେମାନଙ୍କର କିଶୋରୀ ଝିଅମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ସଂଯୋଗକୁ ପାଳନ କରିବା ପାଇଁ ପ୍ରୋତ୍ସାହିତ କରୁଛି ।

 

Comments are closed.