www.samajalive.in
Tuesday, December 9, 2025
15.1 C
Bhubaneswar

କୁଣ୍ଡାଇ ହେବା ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଏମିତିରେ ଦେଖିବାକୁ ଗଲେ କୁଣ୍ଡାଇ ହେବା ଏକ ସାମାନ୍ୟ ସମସ୍ୟା। କିନ୍ତୁ ଏହା ଦ୍ବାରା ଅନେକ ପ୍ରକାରର ଚର୍ମ ରୋଗ ହୋଇଥାଏ। ମଶା କିମ୍ବା କୌଣସି କୀଟ କାମୁଡିଲେ ଦେହ କୁଣ୍ଡାଇ ହୋଇଥାଏ। ବେଳେବେଳେ ଏହା ସଂକ୍ରାମକ ରୋଗର କାରଣ ମଧ୍ୟ ହୋଇଥାଏ। ତେଣୁ କୁଣ୍ଡାଇ ହେବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ଆଣ୍ଟି-ବ୍ୟାକ୍ଟେରିଆ କ୍ରୀମ ବ୍ୟବହାର କରିଥାଆନ୍ତି। କିନ୍ତୁ ତାହା ଲଗାଇବା ଦ୍ବାରା କୌଣସି ସୁଫଳ ମିଳି ନ ଥାଏ। ତେଣୁ ଆସନ୍ତୁ ଜାଣିବା କୁଣ୍ଡାଇ ହେବା ସମସ୍ୟାରୁ ରକ୍ଷା ପାଇବା ପାଇଁ କ’ଣ ବ୍ୟବହାର କରିବା ଉଚିତ୍ ..

ନିମ୍ବ :

- Advertisement -

ନିମ୍ବରେ ଆଣ୍ଟି-ସେଫ୍ଟିକ ଓ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ସଂକ୍ରମଣ ଓ କୁଣ୍ଡାଇ ହେବା ସମସ୍ୟାରୁ ମୁକ୍ତି ଦେଇଥାଏ। ତେଣୁ କୁଣ୍ଡାଇ ହେଉଥିବା ସ୍ଥାନରେ ନିମ୍ବର ପେଷ୍ଟି କିମ୍ବା ତେଲ ଲଗାଇବା ଦ୍ବାରା ଉପଶମ ମିଳିଥାଏ।

ତୁଳସୀ :

ତୁଳସୀରେ ଆଣ୍ଟି-ଅକ୍ସାଇଡ ଓ ଆଣ୍ଟି-ଫଙ୍ଗଲ ଗୁଣ ରହିଛି। ଏହାକୁ ଚର୍ମରେ ଲଗାଇଲେ କୁଣ୍ଡାଇ ହେବା ସମସ୍ୟା କମ ହୋଇଥାଏ। ଏହାସହ ସଂକ୍ରମଣ ଠାରୁ ରକ୍ଷା କରିଥାଏ। ଏହାକୁ ସଂକ୍ରମିତ ସ୍ଥାନରେ ଲଗାଇବା ଦ୍ବାରା ପୋଡିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

ଘିକୁଆଁରୀ :

ଘିକୁଆଁରୀରେ ଆଣ୍ଟି-ଇଫେ୍‌ଲମେଟ୍ରି ଓ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହାକୁ କୁଣ୍ଡାଇ ହେଉଥିବା ସ୍ଥାନରେ ଲଗାଇବା ଉଚିତ। ଚର୍ମରେ ଘିକୁଆଁରୀର ଜେଲ୍‌ କିମ୍ବା ଜୁସ୍ ବ୍ୟବହାର କରିବା ଦ୍ବାରା କୁଣ୍ଡାଇ ହେବା ସମସ୍ୟା ଦୂର ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories