କନ୍ୟାକୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲାପରେ ହେଲା ବାହାଘର

0

ବ୍ରାସିଲ:  ବ୍ରାଜିଲରେ  ଜଣେ କନ୍ୟା ବାହା ହେବାପାଇଁ ହେଲିକପ୍ଟରରେ ଯାଉଥିବା ବେଳେ ହେଲିକପ୍ଟର  ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା । ଭୂମିରେ ପିଟି ହେବା ପରେ ହେଲିକପ୍ଟରଟି ହୁତ୍‌ ହୁତ୍‌ ହୋଇ ଜଳି ଉଠିଥିଲା । ହେଲେ ଏହାପରେ ବି  କନ୍ୟା ଜଣଙ୍କର ବିବାହ ସମ୍ପନ୍ନ ହୋଇଛି ।

ବ୍ରାଜିଲର ସାଓପୋଲରେ ଏହି ଘଟଣା ଘଟିଛି ।  ହେଲିକପ୍ଟର ଟି କନ୍ୟାକୁ ଧରି ବିବାହ ସ୍ଥଳକୁ ଆସିଥିଲା । ଅତିଥିମାନେ ସେଠାରେ ଅପେକ୍ଷା କରିଥିଲେ । ଏହାପରେ ହଠାତ୍‌ ଶୂନ୍ୟରେ ଏହା ଛିଟିକି ପଡିବା ସହ ଭୂମିରେ ପିଟି ହୋଇଥିଲା । ଏଥିରେ କନ୍ୟା ସହ ଆଉ ୩ତିନି ଜଣ ଥିଲେ । ପାଇଲଟ, ଫଟୋଗ୍ରାପର , ଏକ ଛୋଟ ପିଲା ସହ କନ୍ୟା ଥିଲେ । ଭୂମରେ ପିଟି ହେବା ପେର ଏମାନେ ସେଥିରୁ ବାହାରି ଆସିଥିଲେ। କନ୍ୟାର କୌଣସି କ୍ଷତି ହୋଇ ନ ଥିଲା । ଅନ୍ୟମାନେ ସାମାନ୍ୟ ଆହତ ହୋଇଥିଲେ। ହେଲେ ସୌଭାଗ୍ୟ ବଶତଃ ସମସ୍ତେ ବଞ୍ଚିଯାଇଛନ୍ତି । ଓ ସୁରୁଖୁରରେ ବିବାହ ସମ୍ପନ୍ନ ହୋଇଛି । ତେବେ ସୋସିଆଲ ମିଡିଆରେ ଏହି ଦୁର୍ଘଟଣାର ଭିଡିଓ ବେଶ୍‌ ଭାଇରାଲ ହୋଇଛି । ଦେଖନ୍ତୁ ଭିଡିଓ

Leave A Reply