www.samajalive.in
Sunday, December 7, 2025
23.1 C
Bhubaneswar

ନିୟମିତ ଖାଆନ୍ତୁ ସବୁଜ ପନିପରିବା, ରହିବେ ସୁସ୍ଥବାନ

ଶୀତ ଦିନ ଆରମ୍ଭ ହେବାକୁ ଅଳ୍ପ ବାକି ରହିଥିବା ବେଳେ ଥଣ୍ଡା ଅନୁଭବ ହେଲାଣି। ଏହି ଦିନରେ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ବହୁ ପରିମାଣରେ ସବୁଜ ପନିପରିବା, ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ପରଟା, ବିଭିନ୍ନ ପ୍ରକାରର ଶାଗ, ସୁପ୍‍ , ଜୁସ୍‍, ପନିପରିବା, ଗାଜର ହାଲୱା ଖାଇବା ପାଇଁ ଖୁବ ସୁଆଦିଆ ଲାଗେ। ଏହାଛଡ଼ା ଏହି ଦିନ ଅଧିକ ସବୁଜ ପନିପରିବା ମିଳୁଥିବା ସହ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଜାଣନ୍ତୁ ଏହା ବିଷୟରେ ….
ସବୁଜ ପନିପରିବାରେ ଥିବା ଭିଟାମିନ ହାଡ଼ ଓ ତ୍ୱଚା ପାଇଁ ଉପକାରୀ। ନିୟମିତ ସବୁଜ ପନିପରିବା ଖାଇବା ଦ୍ୱାରା ବୃକକ୍‍ ସଫା ଓ ସୁସ୍ଥ ରହେ। ଏହା ସହ ବୃକକ୍‍ ରେ ପଥର ( ଷ୍ଟୋନ୍‍ ) ସମସ୍ୟା ଦୂର ହୋଇଥାଏ। ଏସିଡ଼ିଟି ସମସ୍ୟା ମଧ୍ୟ ଦୂର ହୋଇଥାଏ।
ସବୁଜ ପନିପରିବାରେ ପ୍ରଚୁର ପରିମାଣରେ ଭିଟାମିନ ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି ପାଇଥାଏ। ଏହା ହାଡ଼କୁ ଶକ୍ତ କରିଥାଏ।
ସପ୍ତାହକୁ ୩ ରୁ ୪ ଥର ପାଳଙ୍ଗ ଶାଗ, ମୂଳା, ମୂଳା ଶାଗ, ସୋରିଷ , ମେଥି ଶାଗ ଖାଆନ୍ତୁ।
ବିଶେଷଜ୍ଞଙ୍କ ମତରେ ମିନେରାଲ୍ସ ଯୁକ୍ତ ଖାଦ୍ୟ ଖାଇଲେ ଏହା କର୍କଟ ରୋଗରୁ ରକ୍ଷା କରେ। ପନିପରିବାରେ ମିନେରାଲ୍ସ, ଫାଇବର, ଆଇରନ, କ୍ୟାଲସିୟମ ଆଦି ରହିଥିବାରୁ ଏହା ଶରୀରକୁ ବହୁ ରୋଗରୁ ରକ୍ଷା କରେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories