ସୁସ୍ଥ ରହିବାପାଇଁ ବର୍ଷାଦିନେ ଖାଆନ୍ତୁ ଏହି ଖାଦ୍ୟ

0

ଖରା ଦିନର ତାତିରୁ ତ୍ରାହି ପାଇବା ପାଇଁ ଲୋକମାନେ ବର୍ଷା ଦିନକୁ ଅପେକ୍ଷା କରି ରହିଥାନ୍ତି। ପ୍ରଥମ ବର୍ଷାର ଆଗମନରେ ମୟୁର ନାଚି ଉଠେ ଏବଂ ପୃଥିବୀର ସମସ୍ତ ଜୀବଜନ୍ତୁ ଆନନ୍ଦରେ ଅଧିର ହୋଇ ଉଠନ୍ତି। ଗ୍ରୀଷ୍ମ ତାପରୁ ଶାନ୍ତି ମିଳିବାପରେ ସେହି ସମୟରେ ଲୋକମାନଙ୍କ ମନରେ ଏକ ଖୁସିର ଲହରି ଉଙ୍କି ମାରିଥାଏ। ବର୍ଷା ଦିନେ ଅନେକ ଚଟପଟି ଖାଦ୍ୟ ଖାଇବା ପାଇଁ ମନ ହୁଏ।
ବର୍ଷାଦିନେ ଚା’ ସହିତ ଗରମ ପକୁଡି ଖାଇବା ପାଇଁ ଲୋକମାନେ ଅଧିକ ଆଗ୍ରହ ପ୍ରକାଶ କରିଥାଆନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ବର୍ଷାଦିନ ଆସିବାମାତ୍ରେ ଏହି ଭଳି ଖାଦ୍ୟ ଖାଇବା ଦ୍ୱାରା ଆପଣ ଅନେକଗୁଡିଏ ରୋଗକୁ ସାଥିରେ ନେଇ ଆସିଥାନ୍ତି। ବଦଳିଥିବା ରୁତୁ ସହିତ ସଂକ୍ରମଣ ପ୍ରଭାବରୁ ଥଣ୍ଡା, ଜ୍ୱର , ଭଳି ରୋଗ ଅତି ଶିଘ୍ର କାବୁ କରି ନେଇଥାଏ। ଏହା ଆପଣ ଖାଉଥିବା ଖାଦ୍ୟ ପାଇଁ ହୋଇଥାଇପାରେ। ସେଥିପାଇଁ ଆପଣ ଖାଉଥିବା ଖାଦ୍ୟ ଓ ପାନୀୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ତେବେ ଆସନ୍ତୁ ଜାଣିବା ବର୍ଷାଦିନେ କେଉଁ ଖାଦ୍ୟ ଖାଇବା ଆବଶ୍ୟକ।

ପନିପରିବାକୁ ଭଲଭାବେ ସିଝାଇ ଖାଆନ୍ତୁ
ବର୍ଷା ରୁତୁରେ ତଟକା ପନିପରିବା ଖାଆନ୍ତୁ। ପନିପରିବାକୁ ଭଲରେ ସିଝାଇ ଖାଆନ୍ତୁ ଏହାଦ୍ୱାରା ଶରୀରକୁ କ୍ଷତି ପହଞ୍ଚାଉଥିବା ଜୀବାଣୁ ମରିଯାଇଥାନ୍ତି। ବର୍ଷା ଦିନେ ଗାଜର ,ଟମାଟୋ , ଛତୁ ଭଳି ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ଏହା ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଉପକାରୀ।

prayash

ସୁପ୍‍
ଅଧିକାଂଶ ଲୋକ ବର୍ଷାରୁତୁରେ ଚାଟ ,ପକୁଡି, ଫାଷ୍ଟ ଫୁଡ ଏମିତି ଅନେକ ପାଟିକୁ ସ୍ୱାଦ ଲାଗିଲା ଭଳି ଖାଦ୍ୟ ମନଭରି ଖାଇଥାନ୍ତି। କିନ୍ତୁ ସେମାନେ ଜାଣିନାହାନ୍ତିି ଏହି ଭଳି ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡିପାରେ। ବର୍ଷାଦିନେ ଚାଟ , ଗୁପଚୁପ ଓ ପକୁଡି ଖାଇବା ବଦଳରେ ସୁପ ପିଇବାର ଅଭ୍ୟାସ ରଖନ୍ତୁ। ସୁପରେ ଅଧିକ ପରିମାଣର ନ୍ୟୁଟ୍ରିସନ ଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞ ସୁପରେ ଅଦା ଏବଂ ଗରମ ମସଲା ପକାଇ ପିଇବା ପାଇ କହିଥାନ୍ତି। ଏହା ପିଇବା ଦ୍ୱାରା ଶରୀରର ଇମ୍ୟୁନୁ ସିଷ୍ଟମ ମଜବୁତ ହୋଇଥାଏ। ଏହା ବ୍ୟତିତ ଶୁପ ଶରୀରକୁ ସତେଜ କରିବାର କାମ କରିଥାଏ।

ତୁଳସୀ ଚା’
ବର୍ଷାଦିନରେ ଚା’ ସହ ଲୋକଙ୍କର ଅନେକ ନିବିଡ ସମ୍ପର୍କ ରହିଛି। କିନ୍ତୁ ତୁଳସୀରେ ପ୍ରସ୍ଥୁତ ଚା’ ପିଅନ୍ତୁ। ତୁଳସୀରେ ଅନେକ ଔଷଧୀୟ ଗୁଣ ରହିଛି। ବର୍ଷାଦିନେ ତୁଳସୀରେ ପ୍ରସ୍ତୁତ ଚା’ପିଇଲେ ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଆପଣଙ୍କୁ ଅନେକ ଗୁଡିଏ ରୋଗଠାରୁ ଦୂରେଇ ରଖିଥାଏ।

ଡ୍ରାଏ ଫ୍ରୁଟ୍ସ
ବର୍ଷା ରୁତୁରେ ଡ୍ରାଏ ଫ୍ରୁଟ୍ସ ଅଧିକ ମାତ୍ରାରେ ଖାଆନ୍ତୁ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାର୍ଯ୍ୟ କରେ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ହେତୁ ଆମକୁ ବିଭିନ୍ନ ରୋଗଠାରୁ ମୁକ୍ତି ମିଳିଥାଏ।

kalyan agarbati
Leave A Reply