www.samajalive.in
Saturday, December 6, 2025
16.1 C
Bhubaneswar

ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ଏହା ଉପରେ ଧ୍ୟାନ ଦିଅନ୍ତୁ

ଅନେକ ଲୋକଙ୍କର ମଧୁମେହ ଜନିତ ସମସ୍ୟା ରହିଛି। ଏହି କାରଣରୁ ସେମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ମଧୁମେହ ହେବା ଦ୍ବାରା ନିଜର ସଠିକ ଭାବେ ଧ୍ୟାନ ନେବା ଉଚିତ। ନିଜର ଖାଦ୍ୟପେୟ ଉପରେ ସଚେତନ ହେବା ମଧ୍ୟ ଆବଶ୍ୟକ। ମଧୁମେହ ରୋଗୀଙ୍କୁ ଅନେକ ପ୍ରକାରର ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ। କାରଣ ସେହି ଖାଦ୍ୟ ଶରୀରରେ ରକ୍ତରେ ଶର୍କରାର ମାତ୍ରା ବଢିଯାଇଥାଏ। ତେଣୁ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ କିଛି ଖାଦ୍ୟ ଖାଇବା ଅନୁଚିତ। ନିଜ ସ୍ବାସ୍ଥ୍ୟର ସଠିକ ଭାବେ ଯତ୍ନ ନେବା ଉଚିତ।

ଫାଇବର :

- Advertisement -

ଫାଇବରରେ ପୋଷକ ତତ୍ତ୍ବ ସଠିକ ପରିମାଣରେ ରହିଛି। ଏହାକୁ ଖାଦ୍ୟରେ ସାମିଲ କରିବା ଦ୍ବାରା ଶର୍କରାର ପରିମାଣ ଶରୀରରେ ବୃଦ୍ଧି ହେବାକୁ ଦେଇନଥାଏ। ଏହାସହ ପାଚନ କ୍ରିୟା ସମ୍ବନ୍ଧୀୟ ସମସ୍ୟା ଠାରୁ ମୁକ୍ତି ମିଳିଥାଏ। ସକାଳର ଜଳଖିଆରେ ଫାଇବର ଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ। ଫାଇବର ଥିବା ଫଳ, ନଟସ୍‌, ପନିପରିବା ଏବଂ ଓଟସ୍‌ ସାମିଲ କରିପାରିବେ।

ପ୍ରୋଟିନ :

ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ଏହା ଶରୀରରେ ମାଂସପେଶୀକୁ ସୁସ୍ଥ ରଖିଥାଏ। ଏହା ଓଜନ କମ କରିବାରେ ସହାୟକ ହୋଇଥାଏ। ଚିକେନ, ମାଛ, ଫଳ ଇତ୍ୟାଦି ଖାଇବା ଦ୍ବାରା ଶରୀରକୁ ପ୍ରୋଟିନ ମିଳିଥାଏ।

ପାଣି :

ଖରା ଦିନେ ସାଧାରଣତଃ ଆମେ ଅନେକ ପ୍ରକାରର ପାନୀୟ ଦ୍ରବ୍ୟ ପିଇଥାଉ। କିନ୍ତୁ ସବୁଠାରୁ ଉତ୍ତମ ପାଣି। ପାଣି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହା ଶରୀରରେ ରକ୍ତ ଶର୍କରାକୁ ବଢିବାକୁ ଦେଇ ନ ଥାଏ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories