www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ ପୋଟାସିୟମ ଅଭାବରୁ ସ୍ୱାସ୍ଥ୍ୟ ପାଇଁ କେଉଁ ସମସ୍ୟା ସୃଷ୍ଟି ହୋଇଥାଏ

ରୋଗମୁକ୍ତ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମକୁ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟପେୟର ସେବନ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଖାଦ୍ୟରେ ପୋଟାସିୟମ ଏକ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ଅଟେ। ପୋଟାସିୟମ ଯୁକ୍ତ ଆହାର ଖାଇବା ଦ୍ୱାରା ଏହା ଆମ ମାଂସପେଶୀକୁ ଶକ୍ତ କରିଥାଏ। ଶରୀରରେ ଉପଯୁକ୍ତ ପରିମାଣରେ ପୋଟାସିୟମ ପାଇବାକୁ ହେଲେ ଆପଣଙ୍କୁ ଯଥେଷ୍ଟ ପରିମାଣରେ ଫଳ , ବାଦାମ, ସବୁଜ ପନିପରିବାର ଖାଇବା ଆବଶ୍ୟକ ଅଟେ। ପୋଟାସିୟମ ଅଭାବରୁ ବହୁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ, ତାହା ହୁଏତ ସଭିଏଁ ଜାଣିନଥିବେ। ଜାଣନ୍ତୁ ପୋଟାସିୟମ ଅଭାବରୁ ସ୍ୱାସ୍ଥ୍ୟ କେଉଁ ସମସ୍ୟା ସୃଷ୍ଟି ହୋଇଥାଏ….
ଥକ୍କାପଣ ଅନୁଭୂତ ହେବା –
ଶରୀରରେ ପୋଟାସିୟମର ମାତ୍ରା କମ ହେବା ଦ୍ୱାରା ଅଧିକ ପରିମାଣରେ ଥକ୍କାପଣ ଅନୁଭୂତ ହୋଇଥାଏ। କୌଣସି କାର୍ଯ୍ୟ କରିବାକୁ ଆଗ୍ରହ ହୋଇନଥାଏ। ଫଳରେ ନିଜର ଦୈନନ୍ଦିନ କାର୍ଯ୍ୟରେ ବାଧା ପ୍ରାପ୍ତ ହୋଇଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିପାରିନଥାଏ।
ମାଂସପେଶୀ ଦୁର୍ବଳ ହେବା –
ପୋଟାସିୟମର ମାତ୍ରା କମ ହେବା ଦ୍ୱାରା ମାଂସପେଶୀ ଦୁର୍ବଳ ହୋଇଯାଏ। ଫଳରେ ବହୁ ସମୟରେ ମାଂସପେଶୀ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ମାଂସପେଶୀ ଉପରେ କୁପ୍ରଭାବ ପଡ଼ିବା କାରଣରୁ ଶରୀରରେ ଅନ୍ୟାନ୍ୟ ରୋଗ ସୃଷ୍ଟି ହୋଇଥାଏ।
ପେଟ ଜନିତ ସମସ୍ୟା –
ପୋଟାସିୟମ ଅଭାବରୁ ପେଟ ଫୁଲିବା, କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। କାରଣ ପୋଟାସିୟମ ଅଭାବରୁ ହଜମ କ୍ରିୟା ସୂଚାରୁ ରୂପେ ହୋଇ ପାରେ ନାହିଁ। ପାଚନ ତନ୍ତ୍ର ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ।
ଶିରାପ୍ରଶିରା ଦୁର୍ବଳ ହେବା –
ପୋଟାସିୟମର ମାତ୍ରା କମ ହେବା ଦ୍ୱାରା ଶିରାପ୍ରଶିରା ଦୁର୍ବଳ ହୋଇଯାଏ। ସଠିକ ଭାବେ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ। ଫଳରେ ହାତ ଗୋଡ଼ ଫୁଲିବା ଭଳି ସମସ୍ୟା ସୃଷ୍ଟି ହେବା ସହ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ।
ନିଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି ହେବା –
ଶରୀରରେ ସଠିକ ମାତ୍ରାରେ ପୋଟାସିୟମର ମାତ୍ରା ରଖିଲେ ଫୁସଫୁସ ସଠିକ ଭାବେ କାର୍ଯ୍ୟ କରେ, ଫଳରେ ଆମେ ସହଜରେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁ। ମାତ୍ର ପୋଟାସିୟମର ମାତ୍ରା କମ ହେବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ସୃଷ୍ଟି ହୁଏ। ଅର୍ଥାତ ଶରୀରକୁ ଉପଯୁକ୍ତ ମାତ୍ରାରେ ଅମ୍ଳଜାନ ମିଳିପାରେ ନାହିଁ।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories