www.samajalive.in
Saturday, December 6, 2025
19.1 C
Bhubaneswar

ଗୁରୁବାରଠାରୁ ଯୁକ୍ତଦୁଇ ପରୀକ୍ଷା : ସମସ୍ତ ପ୍ରସ୍ତୁତି ଚୁଡାନ୍ତ

.୭୯ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା, –୧୦୯୧ ପରୀକ୍ଷା କେନ୍ଦ୍ରରେ ସିସିଟିଭି,- ପ୍ରଶ୍ନପତ୍ର ମିଥ୍ୟା ଭାଇରାଲକାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ

ଭୁବନେଶ୍ୱର : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷର ଯୁକ୍ତଦୁଇ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ  ସମସ୍ତ ପ୍ରସ୍ତୁତି  ଶେ​‌ଷ ହୋଇଛି। ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡାକଡି ପଦକ୍ଷେପ ଗ୍ରହଣ କରାଯାଇଛି।

- Advertisement -

ଚଳିତବର୍ଷ ୩.୭୯ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷା ଦେବେ। ସେମାନଙ୍କ ପାଇଁ ୧୦୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ପ୍ରାୟ ଅଧିକାଂଶ କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ୨୦୨ଟି ନୋଡାଲ କେନ୍ଦ୍ରରୁ ପରୀକ୍ଷା କେନ୍ଦ୍ରକୁ ଗାଡି ଯୋଗେ ପ୍ରଶ୍ନପତ୍ର ପଠାଯିବ । ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ। ଯଦି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେଲା ତେବେ ସେଥିନେଇ ସଂପୃକ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ପରୀକ୍ଷା ପରିଚାଳକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ଯଦି କୌଣସି ବ୍ୟକ୍ତି ଜାଣିଶୁଣି ଗଣମାଧ୍ୟମରେ ପୁରୁଣା ପ୍ରଶ୍ନ ପତ୍ର କିମ୍ବା ଗୁଜବ ଭାଇରାଲ କରନ୍ତି ତେବେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯିବା ସହିତ କଠୋର ଦଣ୍ଡ ବିଧାନ କରାଯିବ।

ଛାତ୍ରଛାତ୍ରୀ କୌଣସି ବିଦ୍ୟୁତିକ ସରଞ୍ଜାମ ପରୀକ୍ଷା କେନ୍ଦ୍ରକୁ ନେଇ ପାରିବେନି। ସ୍ମାର୍ଟ ଘଣ୍ଟା ଉପରେ ଚଳିତ ବର୍ଷ କଟକଣା ଜାରି କରାଯାଇଛି । ତେବେ ସେମାନେ ସାଧାରଣ ଘଣ୍ଟା ନେଇପାରିବେ।  ଦିନ ୯.୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ। ୫ରୁ୧୦ ମିନିଟ୍‌ ପୂର୍ବରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ଯିବ। କେନ୍ଦ୍ର ଅଧ୍ୟୀକ୍ଷକଙ୍କ ବ୍ୟତୀତ କୌଣସି କର୍ମଚାରୀ ଓ ଅଧ୍ୟାପକ ମୋବାଇଲ ପାଖରେ ରଖିପାରିବେନି। ପରୀକ୍ଷା କେନ୍ଦ୍ରରେ ଦୁଇଟି ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କୁ ଯାଞ୍ଚ କରାଯିବ।  ଯେଉଁ କେନ୍ଦ୍ରରେ ସିସିଟିଭି ନ ଲାଗିବ ତାକୁ ସମ୍ବେଦନଶୀଳ ଭାବେ ଗଣନା କରି ସେଠାରେ ଅଧିକ ସ୍କ୍ବାଡ୍‌ ମୁତୟନ କରାଯିବ। ପରୀକ୍ଷାର୍ଥୀ ରୋଲ୍‌ ନମ୍ବର ବ୍ୟତୀତ ପ୍ରଶ୍ନପତ୍ରରେ ଆଉ କିଛି ଲେଖିପାରିବେନି। ପ୍ରଶ୍ନପତ୍ରରେ ଥିବା ନିର୍ଦିଷ୍ଟ ଜାଗାରେ କେବଳ ରୋଲ୍‌ ନମ୍ବର ଲେଖିବେ। ଅଧ୍ୟାପକଙ୍କୁ ନେଇ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ ଗଠନ କରାଯାଇଛି। ଉଦ୍ଭିଦ ବିଜ୍ଞାନ (ବଟ୍‌ନି) ଏବଂ ପ୍ରାଣୀ ବିଜ୍ଞାନ(ଜୁ​ଲୋ‌ଜି) ପରୀକ୍ଷା ମଧ୍ୟରେ ୨୦ ମିନିଟ୍‌ ବ୍ୟବଧାନ ରଖାଯିବ। ଚଳିତ ବର୍ଷ ଗୋଟିଏ ଦିନରେ ବଟ୍‌ନି ଓ ଜୁଲୋ‌ଜି ପରୀକ୍ଷା ପୃଥକ ଭାବେ ହେବ।
୨୦୧୭ କିମ୍ବା ପୂର୍ବର ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ହଳଦିଆ ରଙ୍ଗର ପ୍ରଶ୍ନପତ୍ର କରାଯାଇଛି । ୨୦୧୮ ଓ ୨୦୧୯ ଶିକ୍ଷାବର୍ଷର ଛାତଛାତ୍ରୀଙ୍କ ପାଇଁ ଧଳାରଙ୍ଗ କରାଯାଇଛି ।

ଚଳିତ ବର୍ଷ  ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡାକଡି ପଦକ୍ଷେପ ଗ୍ରହଣ କରାଯାଇଛି। ମାଓ ପ୍ରବଣ ଅଞ୍ଚଳରେ ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଏସ୍‌ପିଙ୍କୁ ପରିଷଦ ଅନୁରୋଧ କରିଛି। ପରୀକ୍ଷା ପରିଚାଳନାରେ ସହାୟତା ଓ ଅଭିଯୋଗ ପାଇଁ ଦୁଇଟି ହେଲ୍ପ ଲାଇନ୍‌ ନମ୍ବର ଜାରି କରାଯାଇଛି। ଏହି ଦୁଇଟ୍‌ ହେଲ୍ପ ଲାଇନ୍‌ ନମ୍ବର ହେଲା ୦୬୭୪-୨୩୦୩୮୦୩, ୨୩୦୦୦୯୯ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories