www.samajalive.in
Saturday, December 6, 2025
26.1 C
Bhubaneswar

ପାକିସ୍ତାନକୁ ବଡ଼ ଝଟ୍‌କା; ଆମେରିକାରେ ୩ମାସରୁ ଅଧିକ ସମୟ ରହିପାରିବେନି ପାକ୍‌ ନାଗରିକ

ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ  ପାକିସ୍ତାନକୁ ବିଭିନ୍ନ ଦେଶ ଘେରିଥିବାବେଳେ ଆମେରିକା ଆଉ ଏକ ବଡ଼ ଝଟକା ଦେଇଛି। ଆମେରିକା ପାକିସ୍ତାନୀ ନାଗରିକଙ୍କ ଭିଜା ଅବଧି ଉପରେ କଟକଣା ଲଗାଇଛି। ଭିଜା ଅବଧିକୁ ୫ବର୍ଷରୁ କମାଇ ୩ମାସ କରିଦେଇଛି। ଇସଲାମାବାଦସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ଏ ନେଇ ଏକ ନୋଟିସ ଜାରି କରାଯାଇଛି। ପାକିସ୍ତାନର ଖବରକାଗଜ ଦ ଟ୍ରିବ୍ୟୁନ ଏକ୍ସପ୍ରେସ ଏ ସମ୍ପର୍କିତ ଏକ ଖବର ପ୍ରକାଶ କରିଛି।

ଆମେରିକାର ଏହି କଟକଣା ପରେ ସାମ୍ବାଦିକ ଏବଂ ଗଣମାଧ୍ୟମ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ଲାଗି ସମସ୍ୟା ବଢ଼ିଯାଇଛି। ପାକିସ୍ତାନୀ ସାମ୍ବାଦିକମାନେ ନିଜର ଯାତ୍ରା ଅନୁମତିକୁ ନବୀକରଣ ନ କରି ଆମେରିକାରେ ୩ମାସରୁ ଅଧିକ ସମୟ ରହିପାରିବେ ନାହିଁ। ଏହା ସହିତ ବିଭିନ୍ନ ଭିଜା ପାଇଁ ଅତିରିକ୍ତ ଦେୟ ମଧ୍ୟ ଦେବାକୁ ପଡ଼ିବ। କୌଣସି କାର୍ଯ୍ୟ ପାଇଁ ସ୍ଥାୟୀ ଭିଜା, ସାମ୍ବାଦିକ ଏବଂ ଗଣମାଧ୍ୟମ ଭିଜା, କମ୍ପାନୀ ସ୍ଥାନାନ୍ତରଣ ଭିଜା ଏବଂ ଧର୍ମ ସମ୍ବନ୍ଧୀୟ କାର୍ଯ୍ୟ ଲାଗି ଭିଜା ପାଇଁ ଆବେଦନକୁ ମଞ୍ଜୁରୀ ମିଳିବା ସମୟରେ ଏହି ଅତିରିକ୍ତ ଦେୟ ନିଆଯିବ।

- Advertisement -

ସାମ୍ବାଦିକ ଏବଂ ଗଣମାଧ୍ୟମ ଭିଜା ପାଇଁ ୩୨ ଡଲାର ଏବଂ ଅନ୍ୟାନ୍ୟ ଭିଜା ପାଇଁ ୩୮ ଡଲାର ଅତିରିକ୍ତ ଦେୟ ପଇଠ କରିବାକୁ ହେବ। ଫଳରେ ଯଦି କୌଣସି ପାକିସ୍ତାନୀ ସାମ୍ବାଦିକ ଏବେ ଆମେରିକା ଯିବାକୁ ଚାହାଁନ୍ତି, ତେବେ ତାଙ୍କୁ ଭିଜା ପାଇଁ ୧୯୨ ଡଲାର ଦେବାକୁ ପଡ଼ିବ  ଏବଂ ଅନ୍ୟାନ୍ୟ ଭିଜା ପାଇଁ ୧୯୮ ଡଲାର ଦେବାକୁ ହେବ।

ସୂଚନା ଅନୁଯାୟୀ, ୨୦୧୮ରେ ପ୍ରାୟ ୩୮ ହଜାର ପାକିସ୍ତାନୀ ନାଗରିକଙ୍କୁ ଆମେରିକା ପକ୍ଷରୁ ଭିଜା ଦେବାକୁ ବାରଣ କରାଯାଇଛି। ଅନ୍ୟପଟେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ଅନେକ ଝଟକା ଲାଗିଛି। ପୂର୍ବରୁ ଆମେରିକା ପକ୍ଷରୁ ପାକିସ୍ତାନକୁ ଦିଆଯାଉଥିବା ସାମରିକ ସହାୟତାକୁ ବନ୍ଦ କରିଦିଆଯାଇଛି। ଆମେରିକା ସମେତ ବିଶ୍ଵର ଅନେକ ରାଷ୍ଟ୍ର ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories