କ୍ଲଷ୍ଟର ସ୍ତରୀୟ ସୁରଭି ଓଡିଶା ମିଲେଟସ ପ୍ରତିଯୋଗୀତା

ହରଭଙ୍ଗା : ହରଭଙ୍ଗା ବ୍ଲକ ଛତ୍ରଙ୍ଗ କ୍ଲଷ୍ଟର ସିଆରସିସି ସୁଧିର କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ କ୍ଲଷ୍ଟର ସ୍ତରୀୟ ସୁରଭି ଏବଂ ଓଡିଶା ମିଲେଟସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଉକ୍ତ ପ୍ରତିଯୋଗୀତାରେ ୧୨ଟି ବିଦ୍ୟାଳୟର ପ୍ରାୟ ୧୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ତୁକୁଲୁଣ୍ଡା ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ,ସମ୍ମାନିତ ଅତିଥି ଭାବେ ଛତ୍ରଙ୍ଗ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପ୍ରଧାନ ଯୋଗ ଦେଇ କ୍ୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରଷ୍କାର ବିତରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଜିତେନ୍ଦ୍ର କୁମାର ସାହୁ, ଅଜୟ କୁମାର ପ୍ରଧାନ, ଦିଲ୍ଲୀପ ସାହୁଙ୍କ ସହ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

prayash

ସେହିପରି ବାଣିଭୁଷଣପୁର କ୍ଲଷ୍ଟର କରଞ୍ଜକଟା ଠାରେ କରଞ୍ଜକଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାକର ଜେଠୀଙ୍କ ସଭାପତିତ୍ୱରେ କ୍ଲଷ୍ଟର ସ୍ତରୀୟ ସୁରଭି ଏବଂ ଓଡିଶା ମିଲେଟସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ଏବିଇଓ ଜଗତ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଏସଏମସି ସଭାପତି ଜୟନ୍ତ ବେହେରା, ସିଆରସିସି ହରମୋହନ ଦନାୟକ ଯୋଗ ଦେଇ କ୍ୃତି ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରିଥିଲେ। ନିର୍ମଳ ରଣା ମଂଚ ପରିଚାଳନା କରିଥିବା ବେଳେ ଶିକ୍ଷକ ମନମୋହନ ସାହୁ, ପ୍ରଭାତ ଗୌଡ, ରମ୍ୟ ରେଖା ବେହେରା, ନଳିନୀ ମହାନ୍ତି, ସୁଧାଂଶୁ ଶେଖର ଦାସଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Comments are closed.