www.samajalive.in
Sunday, December 7, 2025
23.1 C
Bhubaneswar

ଗୃହରେ ଲଗାନ୍ତୁ ପ୍ରଭୁ ହନୁମାନଙ୍କ ଏପରି ଫଟୋ , ଦୂର ହୋଇଥାଏ ବହୁ ସମସ୍ୟା

ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନର ବହୁ ସମସ୍ୟା ଦୂର ହୋଇଥାଏ। ପ୍ରଭୁଙ୍କ ଭକ୍ତିରେ ଉତ୍ତମ ଓ ପବିତ୍ର ଭାବନା ରଖିବା ନିତ୍ୟାନ୍ତ ଆବଶ୍ୟକ। ଯେଉଁ ଘରେ ହନୁମାନଙ୍କର ଫଟୋ କିମ୍ବା ମୂର୍ତ୍ତି ଥାଏ, ସେମାନଙ୍କର ଖୁବ ମଙ୍ଗଳ ହୋଇଥାଏ।
ବାସ୍ତୁ ଅନୁଯାୟୀ, ସର୍ବଦା ପ୍ରଭୁ ହନୁମାନଙ୍କ ମୁହଁ ଯେପରି ଘରର ଦକ୍ଷିଣ ଦିଗ ଆଡ଼କୁ ହୋଇ ରହେ ସେଭଳି ଲଗାଇବା ଉଚିତ। ପ୍ରଭୁଙ୍କର ଏହି ଫଟୋ ବସିଥିବା ଶୈଳୀରେ ଲାଲ ରଙ୍ଗର ହେବା ଆବଶ୍ୟକ।
ଏପରି ଫଟୋ ଲଗାଇବା ଦ୍ୱାରା ଘରେ ସର୍ବଦା ସୁଖଶାନ୍ତିର ବାତାବରଣ ରହିଥାଏ।
ଶୟନ କକ୍ଷରେ ପ୍ରଭୁ ହନୁମାନଙ୍କ ଫଟୋ ଲଗାଇବା ଉଚିତ ନୁହେଁ।
ପ୍ରଭୁ ଶ୍ରୀରାମଙ୍କର ନିକଟରେ ଭକ୍ତିପୂର୍ଣ୍ଣ ମୁଦ୍ରାରେ ଥିବା ହନୁମାନଙ୍କର ଫଟୋ ଲଗାଇବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ।
ଘରର ବୈଠକ ଘରେ ପ୍ରଭୁ ଶ୍ରୀରାମଙ୍କ ଦରବାରରେ ପ୍ରଭୁ ହନୁମାନ ଥିବାର ଫଟୋ ଲଗାନ୍ତୁ।
ପର୍ବତକୁ ଉଠାଇଥିବା ପ୍ରଭୁ ହନୁମାନଙ୍କର ଫଟୋ ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ଶରୀର ଠାରୁ ରୋଗ ଦୂରେଇ ରହେ।
ଶ୍ରୀରାମଙ୍କ ଭଜନ କରୁଥିବା ପ୍ରଭୁ ହନୁମାନଙ୍କର ଫଟୋ ଲଗାଇବା ଦ୍ୱାରା ଘରେ ସଭିଁଙ୍କ ମନରେ ଭକ୍ତିର ଭାବ ରହିଥାଏ।
ପ୍ରଭୁ ହନୁମାନଙ୍କ ନିକଟରେ ବୁନ୍ଦିର ଲଡ଼ୁ ଭୋଗ ଭାବେ ଅର୍ପଣ କରନ୍ତୁ। ମଙ୍ଗଳବାର ଦିନ ଲାଲ ରଙ୍ଗର ସିନ୍ଦୂର ପ୍ରଭୁ ହନୁମାନଙ୍କ ମନ୍ଦିରରେ ଅର୍ପଣ କରନ୍ତୁ। ଏହି ସିନ୍ଦୂରରେ ଶ୍ରୀରାମ ଲେଖି ଦିଅନ୍ତୁ। ଶନିବାର ରାଶି ତେଲର ଦୀପ ପ୍ରଭୁ ହନୁମାନଙ୍କ ନିକଟରେ ଲଗାନ୍ତୁ। ଏହା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories