www.samajalive.in
Sunday, December 7, 2025
26.1 C
Bhubaneswar

କେଶ ବାରମ୍ବାର ଛନ୍ଦି ହେଉଛି କି ? ଆପଣାନ୍ତୁ ଏହି ଉପାୟ

ଛୋଟ ହେଉ କି ବଡ ହେଉ କେଶ ତାହା ଅଧିକାଂଶ ସମୟରେ ପରସ୍ପର ମଧ୍ୟରେ ଛନ୍ଦି ହୋଇଥାଏ। ଏହାଦ୍ବାରା କେଶରେ କରିଥିବା ଷ୍ଟାଇଲ ଜଣାପଡି ନଥାଏ। ଅନେକ କାରଣରୁ କେଶ ଛନ୍ଦି ହୋଇଥାଏ। ତେଣୁ କେଶର ସଠିକ ଯତ୍ନ ନେବା ଦ୍ବାରା ଏପରି ସମସ୍ୟାରୁ ରକ୍ଷା ପାଇପାରିବା। କେଶ ଛନ୍ଦି ହୋଇଯିବା ଦ୍ବାରା ତାହା ଉପୁଡି ଥାଏ। ଆସନ୍ତୁ ଜାଣିବା ଏହି ସମସ୍ୟାରୁ କିପରି ଦୂରେଇ ରହିବା ..

କେଶକୁ ପ୍ରତିଦିନ ଧୁଅନ୍ତୁ ନାହିଁ :

- Advertisement -

ପ୍ରତିଦିନ କେଶକୁ ସାମ୍ପ୍ୟୁରେ ଧୋଇବା ଅନୁଚିତ। ଏପରି କରିବା ଦ୍ବାରା କେଶରେ ଥିବା ପ୍ରାକୃତିକ ତେଲ ଓ କୋମଳତା ନଷ୍ଟ ହୋଇଯାଏ। ଏହାଦ୍ବାରା କେଶ ଶୁଷ୍କ ହୋଇଯାଏ। ତେଣୁ କେଶରେ ଥିବା ପ୍ରାକୃତିକ ତେଲ ଏହାକୁ ସୁସ୍ଥ ରଖିବା ସହ ଛନ୍ଦି ହେବାକୁ ଦେଇ ନ ଥାଏ। କେଶ ମଧ୍ୟ କମ ଉପୁଡିଥାଏ। ପ୍ରତି ସପ୍ତାହରେ ୨ରୁ ୩ ଥର ସାମ୍ପ୍ୟୁ କରିବା ଉଚିତ। ପ୍ରତିଦିନ କେଶ ଯଦି ଅଧିକ ଅପରିଷ୍କାର ରୁହେ ତେବେ ତାହା ସାଧା ପାଣିରେ ଧୋଇବା ଉଚିତ।

ଅଧିକ ସମୟ ଖୋଲା ରଖନ୍ତୁ ନାହିଁ :

ଯଦି ଆପଣଙ୍କ କେଶ ଅଧିକ ଛନ୍ଦି ହେଉଥାଏ ତେବେ ତାକୁ ବେଶୀ ସମୟ ଖୋଲା ରଖନ୍ତୁ ନାହିଁ। ଦିନକୁ ୨ରୁ ୩ଥର କେଶ କୁଣ୍ଡାନ୍ତୁ। ତାପରେ ତାକୁ ବାନ୍ଧି ରଖନ୍ତୁ। କେଶ ବାନ୍ଧିବା ଦ୍ବାରା ତାହା ବେଶୀ ଝଡି ନ ଥାଏ।

ହେୟାର ମାକ୍ସର ବ୍ୟବହାର କରନ୍ତୁ :

କେଶକୁ ନରମ ରଖିବା ପାଇଁ ହେୟାର ମାକ୍ସର ବ୍ୟବହାର ଏକ ଉତ୍ତମ ଉପାୟ ଅଟେ। ଏହାଦ୍ବାରା କେଶକୁ ପୋଷଣ ମଧ୍ୟ ମିଳିଥାଏ। ବଜାରରେ ମିଳଥିବା ହେୟାର ମାକ୍ସ ଅପେକ୍ଷା ପ୍ରାକୃତିକ ହେୟାର ମାକ୍ସ ଅତି ଉତ୍ତମ ହୋଇଥାଏ। ଘରେ ମଧ୍ୟ ହେୟାର ମାକ୍ସ ପ୍ରସ୍ତୁତ କରି କେଶରେ ବ୍ୟବହାର କରିପାରିବେ। ନଡିଆ ତେଲ ଓ କଦଳୀ କିମ୍ବା ନଡିଆ ତେଲ ଓ ଅଣ୍ଡାରେ ହେୟାର ମାକ୍ସ ପ୍ରସ୍ତୁତ କରି କେଶରେ ବ୍ୟବହାର କରିପାରିବେ।

ତେଲର ବ୍ୟବହାର :

କେଶ ଛନ୍ଦି ନ ହେବା ପାଇଁ ଆମେ ବଜାରରେ ମିଳୁଥିବା ଅନେକ ପ୍ରକାର ସ୍ପେ, ସିରମ ଓ କ୍ରୀମର ବ୍ୟବହାର କରିଥାଉ। ଏହା କେଶ ପାଇଁ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ। ତେଣୁଏହି ସମସ୍ତ ଦ୍ରବ୍ୟ ବ୍ୟବହାର ନ କରି ଆମେ କେଶରେ ତେଲ ଲଗାଇବା ଉଚିତ। ଏହାଦ୍ବାରା କେଶରେ କୌଣସି ପ୍ରକାରର ଖରାପ ପ୍ରଭାବ ପଡିନଥାଏ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories