www.samajalive.in
Monday, December 15, 2025
24.1 C
Bhubaneswar

ଶୀତଦିନେ କେଶର ଯତ୍ନ

ଶୀତ ଦିନ ଆରମ୍ଭ ହୋଇ ଯାଇଛି। ଏହିଦିନରେ କେଶର ଯତ୍ନ ନେବା ଉଚିତ। କାରଣ ଏହି ଋତୁରେ କେଶ ଅଧିକ ଶୁଷ୍କ ହୋଇ ରୂପି ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଆସନ୍ତୁ ଜାଣିବା ଶୀତଦିନେ ରୂପି ଜନିତ ସମସ୍ୟାରୁ କିପରି ରକ୍ଷା ପାଇବା ..
ସପ୍ତାହରେ ଗୋଟିଏ ଦିନ ଗରମ ନଡିଆ ତେଲ ଓ ବାଦାମ ତେଲ କେଶର ଶିରରେ ମାଲିସ କରିବା ଉଚିତ। ଏହାଦ୍ବାରା ରକ୍ତ ସଞ୍ଚାରଣ ଠିକ ଭାବେ ହୋଇଥାଏ। ଏହାସହ କେଶର ରୁକ୍ଷତା ମଧ୍ୟ ଦୂର ହୋଇଥାଏ। ଶୀତଦିନେ କେଶର ଠିକ ଭାବେ ଯତ୍ନ ନେବା ଉଚିତ।
ଶୀତଦିନରେ କେଶକୁ ଟ୍ରିମିଙ୍ଗ କରିବା ଉଚିତ। କାରଣ ଏହାଦ୍ବାରା କେଶ ଝଡିବା ଓ ରୂପି ହେବା ସମସ୍ୟା କମ ହୋଇଥାଏ। କେଶ ଫାଟିବା ପରି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ଆମେ ସମସ୍ତେ ଜାଣିଛୁ ଯେ, ସ୍ୟାମ୍ପୁ କରିବା ପରେ କଣ୍ଡିସନର ବ୍ୟବହାର କରିବା ଉଚିତ। ଏହାଦ୍ବାରା କେଶ ଭଲ ରହିଥାଏ। କିନ୍ତୁ ଶୀତ ଦିନେ କେଶ ଧୋଇବା ପରେ ଭଲ ଭାବେ କଣ୍ଡିସନର ଲଗାଇବା ଉଚିତ। ଏହା ଆପଣଙ୍କ କେଶକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ।
ଶୀତଦିନେ ପ୍ରତିଦିନ କେଶ ଧୁଅନ୍ତୁ ନାହିଁ। ପ୍ରତିଦିନ କେଶ ଧୋଇବା ଦ୍ବାରା ମୂଳରେ ଥିବା ପ୍ରାକୃତିକ ତେଲ ଶୁଖି ଯାଇଥାଏ। ଏହାସହ କେଶ ଅଧିକ ଉପୁଡିଥାଏ।
ଶୀତଦିନରେ ଯେତେ ସମ୍ଭବ କେଶକୁ ଘୋଡାଇ ରଖନ୍ତୁ। ନଚେତ କେଶ ଶୁଷ୍କ ହୋଇଯାଇଥାଏ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories