ବରଗଡ : ବରଗଡ ଜିଲାରେ ଜଣେ ଯୁବକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ବିମଲ ସାହୁ। ତାଙ୍କ ଘର ସମ୍ବଲପୁର ଶାସନ ଥାନା ନିକଟରେ ବୋଲି ଜଣାପଡିଛି। ସେ କିଛି ଦିନ ହେଲା ବରଗଡ ଜିଲା ମେଲଚାମୁଣ୍ଡା ଥାନା ଅନ୍ତର୍ଗତ ଜ୍ଞାନ ଗ୍ରାମରେ ଘର ଜ୍ବାଇଁ ହୋଇ ରହୁଥିଲେ। ତେବେ ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
Popular Categories



