www.samajalive.in
Sunday, December 7, 2025
13.1 C
Bhubaneswar

ପୁରୁଣା କଟକ-ସମ୍ବଲପୁର ରାସ୍ତା ସଂପ୍ରସାରଣ ବିଳମ୍ବ ନେଇ ସାଧାରଣରେ ଅସନ୍ତୋଷ

ଗୁରୁଡିଝାଟିଆ: ନୂଆପାଟଣାର ମଧୁସୂଦନ ସେତୁ ଠାରୁ ଆଠଗଡ ପର୍ଯ୍ୟନ୍ତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ସଂପ୍ରସାରଣ ଓ ପିଚୁକାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଗାଡିଚାଳକ ଓ ସାଧାରଣ ଜନତା ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ଏପରିକି ଦୁର୍ଘଟଣା ଯୋଗୁଁ ଅନେକ ଲୋକ ହତାହତ ହେଉଛନ୍ତି। ଯାହାର ଉଦାହରଣ ଗତ ସପ୍ତାହରେ ଏହି ରାସ୍ତାର କଖଡିରେ ଦୁର୍ଘଟଣା ଯୋଗୁଁ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିଲା। ରାସ୍ତାର ଏକାଧିକ ସ୍ଥାନରେ ପୋଲ ନିର୍ମାଣ ଅଧାପାନ୍ତରା ଅବସ୍ଥାରେ ଅଟକି ରହିଛି। ଯାହାବି ସଂପ୍ରସାରଣ ଚାଲିଛି ତାହା ମଧ୍ୟ ମନ୍ଥର ଗତିରେ ଚାଲିଛି।

ମଞ୍ଚେଶ୍ୱର ଗାଁ ନିକଟରେ ବିଦ୍ୟାଧରପୁର ଓ କଖଡି ଠାରେ ଏବେବି ରାସ୍ତା ଉପରେ ଥିବା ଛୋଟ ପୋଲ କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ। କଖଡି ଘାଟକୂଳ,ନୂଆଡିହ ଆଦି ସ୍ଥାନରେ ରାସ୍ତା ପିଚୁକାର୍ଯ୍ୟ ହୋଇଥିଲେ ମଧ୍ୟ କିଛି ଅଂଶ ଛାଡିଦିଆଯାଇଛି। ସବୁଠାରୁ ଦୟନୀୟ ଅବସ୍ଥା ସାଜିଛି କଖଡି ଗଜାତୋଟା ଠାରୁ କାପ୍ତାବରାଇ ଛକ ପର୍ଯ୍ୟନ୍ତ। ରାସ୍ତା ଏଭଳି ଅବସ୍ଥା ହୋଇଛି ଯେ ଧୂଳି ଧୂଆଁରେ ସାଧାରଣ ଜନତା ,ବିଦ୍ୟାର୍ଥୀ ରୁନ୍ଧି ହୋଇପଡୁଛନ୍ତି। ବିକଳ୍ପ ସ୍ୱରୂପ ବାଧ୍ୟ ହୋଇ ହାଲକା ଗାଡିଚାଳକ ଓ ଦୁଇଚକିଆ ଯାନ ମହାଳପଡା ରାମମନ୍ଦିର ,କାପ୍ତାବରାଇ ଗାଁ ଭିତର ଦେଇ ଯାତାୟାତ କରୁଛନ୍ତି। ଧୂଳି ଉଡୁଥିଲେ ମଧ୍ୟ ସଠିକ୍ ଢଙ୍ଗରେ ପାଣିସିଞ୍ଚନ କରାଯାଉନଥିବା ଅଭିଯୋଗ ହେଉଛି। ସଂପୃକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟାଦେଶ ପାଇଥିବା ଠିକାଦାର କଣ ପାଇଁ ଅସଂପୂର୍ଣ୍ଣ ହୋଇଥିବା ପିଚୁୁ କାର୍ଯ୍ୟ ସମାପ୍ତ କରୁନାହାନ୍ତି ।

- Advertisement -

କଖଡି ଗଜାତୋଟା ଠାରୁ କାପ୍ତାବରାଇ ଛକ ,ଚମ୍ପାପୁର ଠାରୁ ଦହିସରା ପର୍ଯ୍ୟନ୍ତ ରାସ୍ତାକାର୍ଯ୍ୟ ଧୁଳି ଧୁଷରିତ ଅବସ୍ଥାରେ ପକାଇଛନ୍ତି ତାହା ବୁଝାପଡୁନାହିଁ। ବିଭାଗୀୟ ଅଧିକାରୀ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେଲେ ଜନସାଧାରଣ ଓ ଗାଡିଚାଳକମାନେ ଦୁର୍ଦ୍ଦଶା ଭୋଗିବାରୁ କ୍ଷାନ୍ତ ପାଆନ୍ତେ ବୋଲି ସାଧାରଣରେ ଅଭିଯୋଗ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories