ବାପାଙ୍କୁ ସଂଘବଦ୍ଧ ଆକ୍ରମଣ, ଅପମାନ ସହି ନ ପାରି ବିଷ ପିଇଲେ ପୁଅ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ଗ୍ରାମର ଅଜୟ ମୁଦୁଲିଙ୍କୁ ନିକଟସ୍ଥ ଗ୍ରାମର କିଛି ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ। ଏପରିକି ଅଜୟକୁ ଉଦ୍ଧାର କରିବାକୁ ଯାଇଥିବା ତାର ବାପା ମାଆଙ୍କୁ ମଧ୍ୟ ଲୁହା ରଡରେ ବାଡେଇ ଆହତ କରିଥିଲେ। ଏଭଳି ଅପମାନକୁ ସହ୍ୟ ନକରିପାରି ପୁଅ ଅଜୟ ବିଷପାନ କରିଥିବା ନେଇ ବାପା ସୁରେନ୍ଦ୍ର ମୁଦୁଲି ଓ ମାଆ ବଦନି ମୁଦୁଲି ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଷପାନ ଫଳରେ ଗୁରୁତର ହୋଇଥିବାରୁ ଅଜୟ ଏବେ କଟକ ବଡମେଡିକାଲରେ ଚିକିତ୍ସିତ ହେଉଛି।

prayash

ପ୍ରକାଶଯୋଗ୍ୟ ଏହି ପଞ୍ଚାୟତ ଅନ୍ତର୍ଗତ ସାବିତ୍ରୀପୁର ଗ୍ରାମର ପ୍ରଶାନ୍ତ ବେହେରା, ସୀମା ବେହେରା, ହରି ବେହେରା ଓ ତାର ସାଙ୍ଗମାନେ ସଂଘବଦ୍ଧ ଭାବରେ ଅଜୟକୁ ଘରୁ ଟାଣିନେଇ ଲୁହାରଡ ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ପୁଅର ମୁଣ୍ଡ ଫାଟିଯାଇଥିଲା। ପୁଅକୁ ଉଦ୍ଧାର କରିବାକୁ ଯାଇ ବାପା ସୁରେନ୍ଦ୍ର ଓ ମାଆ ବଦନୀ ମଧ୍ୟ ଆହତ ହୋଇଛନ୍ତି। ଖୁଣ୍ଟୁଣୀ ପୁଲିସ ଏହାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ଜାରି ରଖିଥିବାବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି।

kalyan agarbati

Comments are closed.