ଗୋଲାପ ବାଦାମ ଚିକ୍କୀ

ବଟର – ୨ ରୁ ୪ ଚାମଚ
ତରଳ ଗୁଡ଼ – ୧କପ
ଲୁଣ – ସାମାନ୍ୟ
କଟା ବାଦାମ – ୧କପ
ଗୋଲାପ ଫୁଲର ପାଖୁଡ଼ା – ୧କପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ କଡ଼େଇ ବସାଇ ବଟର ଗରମ କରନ୍ତୁ। ଏଥିରେ ଗୁଡ଼ ସାମାନ୍ୟ ଲୁଣ ପକାଇ ଏହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗ୍ୟାସରୁ ଓହ୍ଲାଇ ଏଥିରେ ବାଦାମ ଓ ଗୋଲାପ ପାଖୁଡ଼ା ପକାଇ ପୁଣି ଭଲ ଭାବେ ଗୋଳାଇ ମିଶାନ୍ତୁ। ଏବେ ଏକ ଏକ ସମାନ ଥାଳିରେ ଅଳ୍ପ ଘିଅ ଲଗାଇ ଏହାକୁ କାଢି ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ଛୁରୀ ସାହାଯ୍ୟରେ ଚାରି କଣିଆ ଆକୃତିର କାଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗୋଲାପ ବାଦାମ ଚିକ୍କୀ।

Comments are closed.