www.samajalive.in
Sunday, December 7, 2025
14.1 C
Bhubaneswar

କୋଭିଡ-୧୯ର ପ୍ରଭାବ : ଏଫଡିଆଇ ନୀତିରେ ପରିବର୍ତ୍ତନ, କଂଗ୍ରେସର ସ୍ୱାଗତ

ନୂଆଦିଲ୍ଲୀ :  କୋଭିଡ-୧୯ ବିଶ୍ୱ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପ୍ରଚଳିତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ (ଏଫଡିଆଇ)ନୀତିର ସମୀକ୍ଷା କରିଛନ୍ତି। ବର୍ତ୍ତମାନ ପରିସ୍ଥିତିର ଲାଭ ଉଠାଇ କିଛି ଘରୋଇ କମ୍ପାନିକୁ କିଣିନେବା ଉଦ୍ୟମ ଉପରେ ଅଙ୍କୁଶ ଲଗାଇବା ସକାଶେ ଏହା କରାଯାଇଛି।

ପ୍ରଚଳିତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ନୀତିରେ ପରିବର୍ତ୍ତନ କରାଯାଇ ଏବେ କେନ୍ଦ୍ର ସରକାରଙ୍କ ମାଧ୍ୟମରେ କେବଳ ଭାରତ ସୀମାକୁ ଲାଗି ପଡ଼ୋଶୀ ଦେଶର ବ୍ୟକ୍ତି ବା କମ୍ପାନି ଦେଶରେ ପୁଞ୍ଜି ନିବେଶ କରିପାରିବେ। ଏହା ବ୍ୟତୀତ ଅନ୍ୟ ରାଷ୍ଟ୍ରରେ ଥିବା
ଭାରତୀୟ ମାଲିକାନାର କମ୍ପାନିମାନେ ଦେଶରେ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ କରିପାରିବେ। ପାକିସ୍ତାନରେ ଥିବା କମ୍ପାନି ଓ ନାଗରିକମାନେ ପ୍ରତିରକ୍ଷା, ମହାକାଶ, ଆଣବିକ ଶକ୍ତି ଓ ଅନ୍ୟାନ୍ୟ କେତେକ କ୍ଷେତ୍ରକୁ ଛାଡ଼ିଦେଲେ ପୁଞ୍ଜି ନିବେଶ କରିପାରିବେ। ଭାରତୀୟ କମ୍ପାନିର ମାଲିକାନା ପରିବର୍ତ୍ତନ କରାଯାଉଥିବା ବେଳେ ଏହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ କରାଯିବାକୁ ନୂତନ ନୀତିରେ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପକୁ ବିରୋଧୀ କଂଗ୍ରେସ ଦଳ ସ୍ୱାଗତ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ ସାଂପ୍ରତିକ ପରିସ୍ଥିତିରେ ଭାରତୀୟ କମ୍ପାନିଗୁଡ଼ିକୁ ଅକ୍ତିଆର କରିବା ଉଦ୍ୟମକୁ ରୋକାଯାଇ ପାରିବ। ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଚଳିତ ପୁଞ୍ଜି ନିବେଶ ନୀତିରେ ପରିବର୍ତ୍ତନ କରାଯାଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories