ଯୁବକଙ୍କୁ ଆକ୍ରମଣ ଓ ସୁନା ଲୁଟ ନେଇ ଥାନାରେ ମାମଲା, ଜଣେ ଗିରଫ

ଗୋପାଳପୁର: ଯୁବକଙ୍କୁ ଆକ୍ରମଣ ସହ ସୁନା ଚେନ ଲୁଟ କରିବା ଘଟଣାରେ ଗୋପାଳପୁର ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ଆମ୍ବପୁଆର ପ୍ରଶାନ୍ତ ସେଠୀ ବୋଲି ପୁଲିସ କହିଛି l ଅଭିଯୋଗ ପ୍ରକାରେ ଆମ୍ବପୁଆ କାଳୀ ମନ୍ଦିର ନିକଟରେ ଥିବା ଏକ କ୍ୟାଲଣ ମଣ୍ଡପରେ ଆଜି ଗୋପାଳପୁର ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଚାଲିଥିବା ବେଳେ କୌଣସି କାରଣରୁ ପ୍ରଶାନ୍ତ ଓ ତାର କିଛି ସହଯୋଗୀ ମାନେ ସୁଧାକର ନାୟକ ଓ ତାଙ୍କ କିଛି ସହଯୋଗୀକୁ ଆକ୍ରମଣ କରିଥିଲେ।

prayash

ଘଟଣା ନେଇ ସୁଧାକର ପକ୍ଷରୁ ତାଙ୍କୁ ପ୍ରଶାନ୍ତ ତଣ୍ଚି ଚିପି ମାରିବାକୁ ଉଦ୍ୟମ କରିବା ସହ ସୁନା ଚେନ ଝାମ୍ପି ନେଇ ଥିବା ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ଅଭିଯୋଗ ପ୍ରକାରେ ପୁଲିସ ପ୍ରଶାନ୍ତକୁ କାବୁ କରି କେସ ନଂ ୪୦୬/୨୩ ରେ ଏକ ମାମଲା ରୂଜୁ କରି କୋର୍ଟ ଚାଲାଣ କରିବା ତଦନ୍ତ କରୁଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି l

Comments are closed.