www.samajalive.in
Sunday, December 7, 2025
13.1 C
Bhubaneswar

ତାଲା ବନ୍ଦ ଥିବା ଘରୁ ଲୁଟିଲେ ଦୁର୍ବୃତ୍ତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ଶିବାନନ୍ଦ ନଗର ପ୍ରଥମ ଲାଇନରେ ଚୋରମାନେ ଏକ ତାଲାବନ୍ଦ ଘରକୁ ଟାର୍ଗେଟ କରିବା ସହ କଳାକନା ବୁଲାଇଥିବା ଅଭିଯୋଗ ହୋଇଛି। ଅନିଲ କୁମାର ପାତ୍ରଙ୍କ ଘରୁ ଦୁର୍ବୃତ୍ତ ମାନେ ତାଲା ଭାଙ୍ଗି ବହୁ ରୁପା ସାମଗ୍ରୀ ଲୁଟି ନେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଲୁଟ ହୋଇଥିବା ରୁପା ପ୍ରାୟ ୪ କେଜି ଓ କିଛି ଟଙ୍କା ଚୋରି ହୋଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ଘର ମାଲିକ ଅନିଲ କୁମାର ପାତ୍ର କୌଣସି କାମରେ ବାହାରେ ରହୁଥିବା ବେଳେ ଘର ବୁଝାସୁଝା ପାଇଁ ସୁଶାନ୍ତ ପାତ୍ରଙ୍କୁ ଦାୟିତ୍ୱ ଦେଇଥିଲେ । ସୁଶାନ୍ତ କିଛି ଦିନ ହେଲା ଘରକୁ ଯିବା ଆସିବା କରୁଥିଲେ । ଗୁରୁବାର ଦିନ ଅନିଲଙ୍କ ଝିଆରୀ ଶ୍ରଦ୍ଧା ଜେନା ଗଛରେ ପାଣି ଦେବା ପାଇଁ ଉକ୍ତ ଘରକୁ ଆସିଥିବା ବେଳେ ମୁଖ୍ୟ କବାଟର ତାଲା ଭଙ୍ଗା ଯାଇଥିବା ଦେଖି ମାମୁଁଙ୍କୁ ଖବର ଦେଇଥିଲେ । ଅନିଲ ସେଠାରେ ପହଞ୍ଚିଵା ପରେ ବାହାର କବାଟ ଭିତର ପଟେ ବନ୍ଦ ଥିବାରୁ ସନ୍ଦେହ କରି ବାରିପଟେ ଯାଇଥିଲେ, ସେଠାରେ ବାରିପଟ କବାଟ ଖୋଲାଯାଇଥିବା ଦେଖିବାକୁ ପାଇଥିଲେ। ସନ୍ଦେହରେ ଘର ଭିତରକୁ ଯାଇ ଦେଖିଲା ବେଳେ ଦୁଇଟି ଗଡ଼ରେଜ ଆଲମାରୀ ଓ ଦୁଇଟି କାଠ ଆଲମାରୀ ଭଙ୍ଗାଯାଇ ଘରେ ଥିବା ୪ କେଜି ରୂପା ସାମଗ୍ରୀ ସହ ଓ କିଛି ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ପରେ ଝିଆରୀ ଶ୍ରଦ୍ଧା ଜେନା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୬୫/୨୩ ରେ ଏକ ମାମଲା ରୁଜୁ କରି ସାଇଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories