ଗୋପାଳପୁର: ଗୋପାଳପୁର ପୁଲିସ ଗଞ୍ଜେଇ ଜବତ ମାମଲାରେ ଫେରାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରମ୍ଭା ସ୍ଥିତ କୁଶପଲ୍ଲୀ ଗ୍ରାମର ପ୍ରମୋଦ ଦାସ ଓରଫ ଜଟିଆ। ପୂର୍ବରୁ ଏହି ମାମଲାରେ ପୁଲିସ ଦୁଇ ମହିଳାଙ୍କ ସମେତ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ସୂଚନା ପ୍ରକାରେ ଚଳିତ ମାସ ୯ ତାରିଖରେ ପୁଲିସ ସ୍ଥାନୀୟ ଗୋପାଳପୁର ସ୍ୱାଗତ ତୋରଣ ନିକଟରେ କୌଣସି ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ହୋଉଥିବା ଖବର ପାଇଁ ଗାଡ଼ି ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ଗୋଟିଏ ବାଇକରେ ୩ ଜଣ ଓ ଗୋଟିଏ ବସ୍ତା ରହିଥିବା ସନ୍ଦେହ କରି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସେହି ବସ୍ତାରୁ ୨୩ କେଜି ଗଞ୍ଜେଇ ରହିଥିବା ଦେଖି ୩ ଜଣକୁ ଗିରଫ କରିଥିଲେ। କିନ୍ତୁ ସେହି ସମୟରେ ତାଙ୍କୁ ଅନ୍ୟ ଏକ ବାଇକରେ ରାସ୍ତା ଦେଖାଉଥିବା ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଫେରାର ଅଭିଯୁକ୍ତ ପ୍ରମୋଦର ମୋବାଇଲ ଟ୍ରାକିଙ୍ଗ କରି ପଥରା ଛକରେ କାବୁ କରି ପୂର୍ବ ମାମଲା ୨୭୭/୨୪ ରୁଜୁ କରି ଏକ ବାଇକ ଓ ମୋବାଇଲ ଜବତ କରି ଅଭିଯୁକ୍ତ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।
ଗଞ୍ଜେଇ ଜବତ ମାମଲାରେ ଫେରାର ଅଭିଯୁକ୍ତ ଗିରଫ
Popular Categories



