www.samajalive.in
Monday, December 15, 2025
24.1 C
Bhubaneswar

ସର୍ଚ୍ଚ ରେଜଲ୍ଟରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି ଗୁଗଲ୍‌, ୟୁଜରଙ୍କୁ ଆସିବନି ପସନ୍ଦ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ଏହାର ସର୍ଚ୍ଚ ରେଜଲ୍ଟରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ହିଟ୍‌ ନ ହେଲେ କିମ୍ବା ଲୋକେ ପସନ୍ଦ ନ କଲେ ମଧ୍ୟ ଗୁଗଲ୍‌ ନିଜ ଉତ୍ପାଦ ଏବଂ ସେବା ବନ୍ଦ କରିବାରେ ପଛଘୁଞ୍ଚା ଦିଏନାହିଁ। ଏଥିପାଇଁ ଏକ ୱେବସାଇଟ୍ ମଧ୍ୟ ଅଛି, ଯେଉଁଠାରୁ ଆପଣ ଗୁଗଲ୍ ଏପର୍ଯ୍ୟନ୍ତ କେଉଁ କେଉଁ ସେବା ଏବଂ କେଉଁ ଉତ୍ପାଦ ଲଞ୍ଚ୍ କରିଛି ତାହା ଯାଞ୍ଚ କରିପାରିବେ। ଏହି ସାଇଟରେ ଆପଣ ଗୁଗଲର ବନ୍ଦ ପ୍ରୋଜେକ୍ଟଗୁଡ଼ିକ ବିଷୟରେ ମଧ୍ୟ ସୂଚନା ପାଇବେ।

ସର୍ଚ୍ଚ ରେଜଲ୍ଟରେ ହେବ ପରିବର୍ତ୍ତନ: 

- Advertisement -

ସୂଚନା ମୁତାବକ, ଗୁଗଲ୍‌ ଏହାର ସର୍ଚ୍ଚ ରେଜଲ୍ଟର ସ୍କ୍ରଲ୍‌କୁ ବନ୍ଦ କରିବାକୁ ଯାଉଛି, ତେବେ ଏହା ସମ୍ପୂର୍ଣ୍ଣ ବନ୍ଦ ହେବ ନାହିଁ ବରଂ ଏହା ଉପରେ କିଛି ପ୍ରତିବନ୍ଧକ ଲଗାଯିବ। ଗୁଗଲ୍‌ ସର୍ଚ୍ଚ ରେଜଲ୍ଟରେ ଏବେ ଲଗାତର ସର୍ଚ୍ଚ କରିବାର ଅପ୍ସନ ଅଛି। ଯେତେବେଳେ ଆପଣ ଗୁଗଲରେ କିଛି ସର୍ଚ୍ଚ କରନ୍ତି, ସେତେବେଳେ ଏହାର ରେଜଲ୍ଟ ଲଗାତର ଭାବେ ଦେଖିଥା’ନ୍ତି ଏବଂ ସ୍କ୍ରଲ୍ କରି ଚାଲିଥା’ନ୍ତି। ଗୁଗଲ ଏବେ ଏହି ଲଗାତର ସ୍କ୍ରଲ୍‌କୁ ବନ୍ଦ କରିବାକୁ ଯାଉଛି। ଅର୍ଥାତ୍‌ ସର୍ଚ୍ଚ ରେଜଲ୍ଟ ପେଜ୍‌ ଏବେ ଛୋଟ ହେବାକୁ ଯାଉଛି। ଗୁଗଲ ଲଗାତର ସ୍କ୍ରଲ୍‌ ଫିଚର୍‌ ଦୁଇ ବର୍ଷ ପୂର୍ବେ ଲଞ୍ଚ୍‌ କରିଥିଲା। ଗୁଗଲ କହିଛି ଯେ, ଉଭୟ ମୋବାଇଲ୍ ଏବଂ ଡେସ୍କଟପରେ ଅସୀମ ସ୍କ୍ରୋଲ୍ ବନ୍ଦ କରାଯାଉଛି।

ପରଦାକୁ ଆସିଲା ‘କଳ୍କି ୨୮୯୮ ଏଡି’: ଜାଣନ୍ତୁ ଫିଲ୍ମକୁ ନେଇ କ’ଣ କହୁଛନ୍ତି ଦର୍ଶକ

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories