www.samajalive.in
Monday, December 15, 2025
26.1 C
Bhubaneswar

ଜେଲ ଭିତରେ ଅଭିଯୁକ୍ତ ନେଲେ ମେକଅପ୍, ଆଉ ତାପରେ…

ନୂଆଦିଲ୍ଲୀ: ଜେଲ ଭିତରେ ଅଭିନେତ୍ରୀଙ୍କ ମେକଅପ୍ ଲୁକ୍। ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ପୁଲିସ୍ ଉପସ୍ଥିତିରେ ମେକଅପ କରିଥିବା ଦେଖିବାକୁ ମିଳିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଅଭିନେତ୍ରୀ ପବିତ୍ରା ଗୌଡା। କର୍ଣ୍ଣାଟକର ବେଙ୍ଗାଲୁରୁରେ ରେଣୁକାସ୍ୱାମୀ ମୃତ୍ୟୁ ମାମଲାରେ କନ୍ନଡ ଅଭିନେତା ଦର୍ଶନ ଓ ତାଙ୍କ ଗାର୍ଲଫ୍ରେଣ୍ଡ ପବିତ୍ରା ଗୌଡା ପୁଲିସ ହେପାଜତରେ ଅଛନ୍ତି। ଉଭୟ ହେଉଛନ୍ତି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ। ଗିରଫ ହୋଇ ମଧ୍ୟ ପବିତ୍ରାଙ୍କୁ କିଛି ଫରକ ପଡୁନି। ନିଜ ପାଖରେ ମେକଅପ୍ ବକ୍ସ ରଖିଛନ୍ତି। ଏବଂ ମେକଅପ ନେଉଛନ୍ତି। ଜୁନ ୧୫ ତାରିଖରେ ଯେତେବେଳେ ପବିତ୍ରାଙ୍କୁ କ୍ରାଇମ ସ୍ପଟ୍‌ର ସବିଶେଷ ତଥ୍ୟ ରେକର୍ଡ କରିବା ପାଇଁ ବେଙ୍ଗାଲୁରୁସ୍ଥିତ ତାଙ୍କ ଘରକୁ ନିଆଯାଇଥିଲା। ପୁଲିସ୍ ହେପାଜତରେ ଘରୁ ଫେରୁଥିବାବେଳେ ପବିତ୍ରା ଗୌଡା ଲିପଷ୍ଟିକ୍ ଏବଂ ମେକଅପ୍ ଲଗାଇ ହସୁଥିବାର ନଜର ଆସିଥିଲେ। ଯାହା ଏବେ ପୁଲିସ୍ କର୍ମଚାରୀଙ୍କୁ ଅଡୁଆରେ ପକାଇଛି। ପୁଲିସ୍ ହେପାଜତରେ ଥିବାବେଳେ ତାଙ୍କୁ ମେକ୍ଅପ୍‌ ଲଗାଇବାକୁ ଅନୁମତି ଦେବା ଅଭିଯୋଗରେ ଜଣେ ମହିଳା ସବ୍-ଇନ୍ସପେକ୍ଟରଙ୍କୁ ଡିଏସ୍‌ପି ନୋଟିସ୍‌ ଜାରି କରି ଜବାବ ମାଗିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories