ଢ଼ାବା ରୋଷେଇୟାଙ୍କ ମୃତ୍ୟୁ, ପୁଲିସର ତଦନ୍ତ ଆରମ୍ଭ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଜାତୀୟ ରାଜପଥ କଡ଼ରେ ଥିବା କନିଷି ଢ଼ାବା ରେ କାମ କରୁଥିବା ଜଣେ ରୋଷେଇଆଙ୍କ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣକ ଅରୁଣ ଗଉହଆଇଁ(୫୭) ବୋଲି ପୁଲିସ ସୂଚନା ଦେଇଛି।
prayash
ମୃତକ ଅରୁଣ ଦୀର୍ଘ ବର୍ଷ ଧରି କନିଷ ଢ଼ାବା ରେ କାର୍ଯ କରୁଥିବା ବେଳେ ଢ଼ାବା ସମ୍ମୁଖରେ ଘର‌ଭଡା ନେଇ ରହି ଆସୁଥିଲେ।ଆଜି ସକାଳେ ଉକ୍ତ ଘର ନିକଟରେ ରହୁଥିବା କିଛି ଲୋକ ଅରୁଣ ଗୁରୁତର ଥିବା ଦେଖି ବ୍ରହ୍ମପୁର ବଡ ମେଡିକାଲ ପଠାଇଥିଲେ ଏବଂ ସେଠାରେ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଥିଲେ।
ଘଟଣା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ଗୋଳନ୍ଥରା ପୁଲିସ ୩୭/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ଜବତ ପରେ ବ୍ୟବଚ୍ଛେଦ କରିଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Comments are closed.