ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ହଠାତ ଆଇପିଏଲ ନିଲାମରୁ ଓହରି ଯାଇଛନ୍ତି । ଆଇପିଏଲ ୨୦୨୬ ମିନି ନିଲାମ ପୂର୍ବରୁ ସେ ଏହି ନିଷ୍ପତି ନେଇଛନ୍ତି । ଡିସେମ୍ବର ୧୬ରେ ଆବୁଧାବିରେ ଏହି ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ତାଙ୍କ ପୂର୍ବରୁ ଆନ୍ଦ୍ରେ ରସେଲ ଓ ଫାପ ଡୁ ପ୍ଳେସି ମଧ୍ୟ ଆଇପିଏଲ ନିଲାମରୁ ଓହରି ଯାଇଥିଲେ ।
ଗ୍ଲେନ ମ୍ୟାକ୍ସୱେଲ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଆଇପିଏଲରେ ଅନେକ ସ୍ମରଣୀୟ ସିଜନ ମୁଁ କାଟିଛି । ଏଥର ମୁଁ ନିଲାମ ପ୍ରକ୍ରିୟାରେ ସାମିଲ ହେଉନି । ତାଙ୍କ ମେସେଜରୁ ମ୍ୟାକ୍ସୱେଲ ଆଉ ଆଗକୁ ଆଇପିଏଲ ନ ଖେଳିପାରନ୍ତି ବୋଲି ଅନୁମାନ କରାଯାଉଛି । ଭାରତରୁ ମିଳିଥିବା ସ୍ନେହ ଓ ଶ୍ରଦ୍ଧା ମୁଁ କେବେ ହେଲେ ଭୁଲିପାରିବି ନାହିଁ । ଧନ୍ୟବାଦ, ଆଶା କରୁଛି ଖୁବ ଶୀଘ୍ର ପୂନର୍ବାର ଭେଟ ହେବ ।



