ସମାଜଲାଇଭ ଡେସ୍କ: ପୁରୀ ଜିଲା ଚନ୍ଦରପୁରର ଜଣେ ସୁନା ଦୋକାନୀଙ୍କଠାରୁ ଲୁଟ୍ ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତମାନଙ୍କଠାରୁ ପୁଲିସ ୭୮ ଲକ୍ଷ ୯୬ ହଜାର ଟଙ୍କାର ଅଳଙ୍କାର ଏବଂ ଟଙ୍କା ଜବତ କରିଛି। ଏ ନେଇ ମଙ୍ଗଳବାର ପୁଲିସ ପକ୍ଷରୁ ଡିଆଇଜି ସତ୍ୟଜିତ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଜବତ ହୋଇଥିବା ଅଳଙ୍କାର ମଧ୍ୟରେ ୧୩୨ ଗ୍ରାମର ୮ଟି ସୁନା ହାର, ୩୧ କିଲୋଗ୍ରାମର ରୁପା ଅଳଙ୍କାର ରହିଛି। ସେହିପରି ନଗଦ ୬ ଲକ୍ଷ ଟଙ୍କା, ଗୋଟିଏ କାର, ଗୋଟିଏ ବାଇକ୍, ୬ଟି ମୋବାଇଲ ଫୋନ, ଗୋଟିଏ ବନ୍ଧୁକ ସହିତ ୨ଟି ଗୁଳିକୁ ପୁଲିସ ଜବତ କରିଛି



