ଗାନ୍ଧିଙ୍କ ସ୍ୱାକ୍ଷର ଫଟୋ ୪୧,୮୦୬ ଡଲାରରେ ନିଲାମ

0

ୱାଶିଂଟନ : ମହତ୍ମା ଗାନ୍ଧିଙ୍କ ହସ୍ତାକ୍ଷର ସମ୍ବଳିତ ଏକ ଦୁର୍ଲଭ ଫଟୋ (ଛବି) ଆମେରିକାରେ ୪୧,୮୦୬ ଡଲାରରେ ନିଲାମ ହୋଇଛି । ଏହି ଫଟୋରେ ଗାନ୍ଧିଙ୍କ ସହ ମଦନ ମୋହନ ମାଲଭିୟ ଅଛନ୍ତି । ବୋଷ୍ଟନସ୍ଥିତ ଆରଆର ଅକ୍ସନ ଅନୁସାରେ ଏହି ଫଟୋ ଲଣ୍ଡନଠାରେ ୧୯୩୧ ସେପ୍ଟେମ୍ବର ମାସରେ ଦ୍ୱିତୀୟ ଗୋଲଟେବୁଲ ବୈଠକ ପରେ ଉତ୍ତୋଳନ କରାଯାଇଥିଲା ।

ଏହି ବିରଳ ଫଟୋ ଉପରେ ଫାଉଣ୍ଟେନ୍‌ କଲମ୍‌ରେ ମହତ୍ମା ଗାନ୍ଧି ‘ଏମ୍‌ କେ ଗାନ୍ଧି’ ଲେଖି ହସ୍ତାକ୍ଷର କରିଛନ୍ତି । ଗାନ୍ଧି ଲଣ୍ଡନଠାରେ ଆୟୋଜିତ ଦ୍ୱିତୀୟ ଗୋଲଟେବୁଲ ବୈଠକରେ କଂଗ୍ରେସର ପ୍ରତିନିଧି ଭାବେ ଯୋଗଦେଇଥିଲେ ।

Leave A Reply