bjd gruha runa

ଗାଜିଆବାଦରେ ଚ୍ୟାମ୍ବର ଭିତରେ ଓକିଲଙ୍କୁ ହତ୍ୟା

BJD Bijuli 480×75 Mob

ଗାଜିଆବାଦ- ଦିନ ଦ୍ୱିପହରରେ ଗାଜିଆବାଦରେ ଓକିଲଙ୍କ ଚ୍ୟାମ୍ବର ଭିତରେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗାଜିଆବାଦର ସିହାନୀଗେଟ ଅଞ୍ଚଳରେ ଏହି ଘଟଣା ଘଟିଛି । ମୋନୁ ଚୌଧୁରୀ ନାମକ ଓକଲି ନିଜ ଚ୍ୟାମ୍ବର ଭିତରେ ବସିଥିବା ବେଳେ ଏକ ବାଇକରେ ମୁଖା ପିନ୍ଧି ଦୁଇଜଣ ଦୁର୍ବୃତ୍ତ ଆସିଥିଲେ । ସେମାନେ ମୋନୁଙ୍କ ପଶିଥିଲେ ।

ଦୁର୍ବୃତ୍ତମାନେ ମୋନୁଙ୍କର ମୁଣ୍ଡରେ ବନ୍ଧୁକ ରଖି ଗୁଳି ମାରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଖପାଖ ସିସିଟିଭିର ଫୁଟେଜ୍‌ରୁ ପ୍ରମାଣ ସନ୍ଧାନ କରିବା ପାଇଁ ଚେଷ୍ଟା କରୁଛି ।

କେଉଁ କାରଣରୁ ମୋନୁ ଚୌଧୁରୀଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି ତାହା ଜଣା ପଡିନାହିଁ । ତେବେ ଦେଶୀ ବନ୍ଧୁକରେ ତାଙ୍କୁ ଗୁଳି ମରାଯାଇଥିବା ପୁଲିସ ସ୍ପଷ୍ଟ କରିଛି । ଖୁବଶୀଘ୍ର ହତ୍ୟାକାରୀମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

Comments are closed.