bjd gruha runa

ଆମର ସଂକଳ୍ପ: ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ – ପ୍ରଧାନମନ୍ତ୍ରୀ ମୋଦୀ

ଜି -୨୦ ଲୋଗୋ, ଥିମ୍ ଏବଂ ୱେବସାଇଟ୍ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

BJD Bijuli 480×75 Mob

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜି-୨୦ ଦେଶ ସମୂହର ଅଧ୍ୟକ୍ଷ ଭାବେ ଭାରତର ବାର୍ତ୍ତା, ଲୋଗୋ ଏବଂ ୱେବ୍‌‌ସାଇଟକୁ ଭିଡ଼ିଓ କନ୍‌‌ଫରେନ୍ସିଂ ମାଧ୍ୟମରେ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, ଆସନ୍ତା ଡିସେମ୍ବର ୧ରୁ ଭାରତ ଜି -୨୦ରେ ଅଧ୍ୟକ୍ଷତା କରିବ। ଏହା ଭାରତ ପାଇଁ ଐତିହାସିକ ମୁହୂର୍ତ୍ତ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାରା ବିଶ୍ୱ ପାଇଁ ଭାରତର ‘ବସୁଧୈବ କୁଟୁମ୍ବକମ୍’ ହେଉଛି କରୁଣାର ବାର୍ତ୍ତା। ସେ କହିଛନ୍ତି, ଆଜି ଉନ୍ମୋଚିତ ଲୋଗୋରେ ପଦ୍ମ ଫୁଲ ବିଶ୍ୱକୁ ଏକାଠି କରିବାରେ ଭାରତର ସାଂସ୍କୃତିକ ଐତିହ୍ୟ ଏବଂ ବିଶ୍ୱାସକୁ ଚିତ୍ରଣ କରିଛି। ଲୋଗୋ ପାଇଁ ଆମେ ଦେଶବାସୀଙ୍କ ପରାମର୍ଶ ନେଇଥିଲୁ। ଆଜି ସେହି ପରାମର୍ଶଗୁଡ଼ିକ ଏତେ ବଡ ବିଶ୍ୱସ୍ତରୀୟ ଘଟଣାର ସାକ୍ଷୀ ପାଲଟିଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜି -୨୦ର ଅଧ୍ୟକ୍ଷ ପଦ ଭାରତକୁ ବିଶ୍ୱସ୍ତରୀୟ ଏଜେଣ୍ଡାରେ ଯୋଗଦାନ କରିବାର ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଆମେ ଉପନିବେଶବାଦର ଶିକୁଳିରେ ଅନ୍ଧକାରର ଦିନ ଦେଖିଛୁ। ଅନେକ ଆହ୍ୱାନ ସତ୍ୱେ ଭାରତ ପ୍ରତ୍ୟେକ କଠିନ ଅଭିଜ୍ଞତାକୁ ନିଜ ଶକ୍ତିରେ ପରିଣତ କରିଛି। ଶ୍ରୀ ମୋଦୀ କହିଛନ୍ତି, ଏହା ୧୩୦ କୋଟି ଭାରତୀୟଙ୍କ ପାଇଁ ଗୌରବମୟ ମୁହୂର୍ତ୍ତ। ଏକ ବିଶ୍ୱ, ଏକ ପରିବାର ଓ ଏକ ଭବିଷ୍ୟତ ଆମର ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comments are closed.