ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କିଛି ଟିପ୍ସ୍ ..
ଆଜିକାଲି ଉଚ୍ଚ ରକ୍ତଚାପ ସମସ୍ୟା ଏକ ସାଧାରଣ ରୋଗ ହୋଇଯାଇଛି। ଏହା ନିୟନ୍ତ୍ରଣରେ ନ ରହିଲେ ହୃଦଘାତ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ। ତେଣୁ ରକ୍ତଚାପକୁ ସର୍ବଦା ନିୟନ୍ତ୍ରଣ ରଖିବା ଉଚିତ। ଯେଉଁ ଲୋକମାନଙ୍କର ରକ୍ତଚାପ ସମସ୍ୟା ରହିଛି ସେମାନେ ଅଧିକ ଫଳ ଓ ପନିପରିବା ଖାଇବା ଉଚିତ। କାରଣ ଫଳ ଓ ପନିପରିବାରେ ଭିଟାମିନ, ମିନେରାଲ୍ସ ଓ ଫାଇବର ଭରପୂର ମାତ୍ରାରେ ରହିଛି। ଏହାସହ ପୋଟାସିୟମ ସଠିକ ମାତ୍ରାରେ ଥିବାରୁ ତାହା ଲୁଣର ନକରାତ୍ମକ ପ୍ରଭାବକୁ ସନ୍ତୁଳିତ କରିବାରେ ସହାୟକ ହୋଇଥାଏ।
ତେବେ ଆସନ୍ତୁ ଜାଣିବା ରକ୍ତଚାପ ଥିବା ବ୍ୟକ୍ତିମାନେ କେଉଁ ଫଳ ଓ ପନିପରିବା ଖାଇବା ଉଚିତ୍ ….
ଜଳଖିଆରେ କଦଳୀ ଓ ଏବୋକାଡୋ ଖାଆନ୍ତୁ। ଏହାସହ ଟମାଟୋ ମଧ୍ୟ ଖାଆନ୍ତୁ।
ସକାଳେ ଏକ ମୁଠା ଜାମୁ କୋଳି ଖାଇବା ମଧ୍ୟ ଲାଭଦାୟକ ଅଟେ।
ଯଦି ଆପଣ ଜଳଖିଆରେ ଅଣ୍ଡା ଖାଉଛନ୍ତି ତେବେ ତା ସହ ଛତୁ, ପାଳଙ୍ଗ ଓ ଟମାଟୋ ଖାଆନ୍ତୁ।
ସର୍ବଦା ଖରା ବେଳେ ଓ ରାତିରେ ଭୋଜନ କରିବା ବେଳେ ସାଲାଡ ଖାଇବାକୁ ଚେଷ୍ଟା କରନ୍ତୁ।
ସାଲାଡ ସହ ସାଣ୍ଡୱିଚ୍ ଓ ରୋଲ ମଧ୍ୟ ଖାଇ ପାରିବେ।
ପାସ୍ତା ଖାଉଥିଲେ ସେଥିରେ ଫଳ ଓ ପନିପରିବା ପକାଇ ଖାଆନ୍ତୁ।
ଦିନରେ ଯଥା ସମ୍ଭବ ଅଧିକ ଫଳ ଓ ପନିପରିବା ଖାଇବାକୁ ଚେଷ୍ଟା କରନ୍ତୁ।
Comments are closed.