ମହାକାଶ ଯିବ ଏହି ଫଳ! ଜାଣନ୍ତୁ କେଉଁ ଫଳ

0

ବୈଜ୍ଞାନିକଙ୍କ ଚିନ୍ତାଧାରା ପ୍ରକୃତରେ ବିଚିତ୍ର। ନିକଟରେ ଥାଇଲାଣ୍ଡ ମହାକାଶ ସଂସ୍ଥାର ବୈଜ୍ଞାନିକଙ୍କ ସ୍ପଷ୍ଟୋକ୍ତିରୁ ଏହା ପ୍ରମାଣିତ ହୋଇଛି। ପଣସ ଆକୃତିର ଅନ୍ୟ ଏକ ଫଳ ହେଉଛି ଡ୍ୟୁରିୟାନ୍। ଏହି ଫଳ ସେଠାକାର ପ୍ରତ୍ୟେକ ପ୍ରାନ୍ତରେ ଚାଷ ହୋଇଥାଏ। ସେଠାକାର ଜାତୀୟ ଫଳ ଭାବେ ଏହା ଜଣାଯାଏ। ଫଳରୁ ପ୍ରସ୍ତୁତ ବ୍ୟଞ୍ଜନ ଥାଇଲାଣ୍ଡର ପ୍ରତ୍ୟେକ ହୋଟେଲ ଓ ରେସ୍ତୋରାଁରେ ଗ୍ରାହକଙ୍କୁ ପରଷାଯାଇଥାଏ। ସୁଆଦିଆ ଫଳଟିର କିନ୍ତୁ ତୀବ୍ର ଗନ୍ଧ ରହିଛି। ଏହି କାରଣରୁ ଉକ୍ତ ଫଳକୁ ହୋଟେଲ କକ୍ଷରେ, ଲିଫ୍ଟରେ, ବିମାନ କ୍ୟାବିନ୍‌ରେ ନ ନେବା ନିମନ୍ତେ ଶକ୍ତ କଟକଣା ରହିଛି। ତେବେ ଏହି ଫଳକୁ ଥାଇଲାଣ୍ଡ ମହାକାଶ ସଂସ୍ଥା ମହାକାଶକୁ ପଠାଇବାର ଯୋଜନା କରିଛି। ମହାକାଶକୁ ଗଲା ପରେ ଫଳରେ କି ପରିବର୍ତ୍ତନ ହେଉଛି, ତାହା ଦେଖିବା ହିଁ ସେମାନଙ୍କର ମୂଳ ଲକ୍ଷ୍ୟ। ଜୁଲାଇରେ ଏହି ଫଳକୁ ମହାକାଶକୁ ପ୍ରେରଣ କରାଯିବ ବୋଲି ବୈଜ୍ଞାନିକ ଦଳର ମୁଖ୍ୟ ଗଣମାଧ୍ୟମକୁ ଅବଗତ କରାଇଛନ୍ତି।

Leave A Reply