ପୂର୍ବତନ ବିଧାୟକଙ୍କ ତେଲୁଗୁ ବସ୍ତି ପରିଦର୍ଶନ
ଚୌଦ୍ୱାର : ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଚୌଦ୍ୱାର ପୌରପାଳିକାର ବିଭିନ୍ନ ୱାର୍ଡ ପରିଦର୍ଶନ କରି ୱାର୍ଡର ସଫେଇ କାର୍ଯ୍ୟ ଓ ଅନ୍ୟାନ୍ୟ ସମସ୍ୟା ସଂପର୍କରେ ପଚାରି ବୁଝିଥିଛନ୍ତି । ସେ ୯ନଂ ୱାର୍ଡର ତେଲଗୁ ବସ୍ତି ଅଞ୍ଚଳ ପରିଦର୍ଶନ କରିବା ସହିତ ବସ୍ତିର ପରିମଳ ବ୍ୟବସ୍ଥା ତଦାରଖ କରି ଅସନ୍ତୋଷ ପ୍ରକାଶ କରିଥିଲେ । ବସ୍ତି ବାସିନ୍ଦାଙ୍କ ଘରର ନିତ୍ୟ ବ୍ୟବହାର ପାଣି ନିଷ୍କାସନ ହୋଇନପାରି ରାସ୍ତାରେ ଜମିବା ସହିତ ଏଥିପାଇଁ ନାନାଦି ସମସ୍ୟା ଉପୁଜୁଥିବା ବସ୍ତିବାସିନ୍ଦା ଅଭିଯୋଗ କରିଥିଲେ । ତୁରନ୍ତ ଡ୍ରେନ ନିର୍ମାଣ କରି ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ରଙ୍କୁ ପରାମର୍ଶ ଦେଇଥିଲେ। ବସ୍ତିରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ଗୋଷ୍ଠୀ ଶୌଚାଳୟ ଗୁଡିକୁ କାର୍ଯ୍ୟକ୍ଷମ କରିବା, ରାସ୍ତା ଆଲୋକ ବ୍ୟବସ୍ଥା ଆଦି ସମ୍ପର୍କରେ ପୌରଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସମଲଙ୍କ ସହିତ ଆଲୋଚନା କରିଥିଲେ। ସ୍ଥାନୀୟ କାଉନସିଲର ରଙ୍ଗଲତା ସାହୁ, ଆଶୁତୋଷ ଦାସ, ଯୁବ ସଭାପତି ଅର୍ଜୁନ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଚୌଦ୍ୱାର ପୌର ପାଳିକା ତରଫରୁ ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ଓ ବଡ଼ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସହରାଞ୍ଚଳରେ ସ୍ୱଚ୍ଛତା ରକ୍ଷା ଦିଗରେ ସଫେଇ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ପୌରଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କ ପୌରହିତ୍ୟରେ ଗାନ୍ଧୀଛକସ୍ଥିତ ପୌର ଟାଉନହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ସହରକୁ ସ୍ୱଚ୍ଛ ରଖିବା ଦିଗରେ କାର୍ଯ୍ୟରତ ସଫେଇ କର୍ମଚାରୀ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ‘ଉପରକୁ ଚାହିିଁଲେ ଉଜ୍ୱଳ ଆଲୋକ ଓ ତଳକୁ ଚାହିିଁଲେ ସ୍ୱଚ୍ଛ’ ବାର୍ତ୍ତାକୁ ସାକାର କରିବା ଦିଗରେ କାର୍ଯ୍ୟ କରିବାକୁ ସେ ନିବେଦନ କରିଥିଲେ । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର, ଡୁଡା ଟିମ ଲିଡର ଅକ୍ଷୟ ମିଶ୍ର, ଚୌଦ୍ୱାର ନଗର ସଭାପତି ବିଷ୍ନୁ ଚରଣ ପରିଡା, କାଉନସିଲର ବିଜୟ କୁମାର ମଲ୍ଲିକ, ଆଶୁତୋଷ ଦାସ, ରଞ୍ଜୁଲତା ଦାସ, ରଙ୍ଗଲତା ସାହୁଙ୍କ ସମେତ ପୌରପାଳିକାର ସମସ୍ତ କର୍ମଚାରୀ ଏଥିରେ ଉପସ୍ଥିତ ରହି ସଫେଇ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ସଫେଇ କର୍ମଚାରୀ, ସ୍ୱଚ୍ଛ ଗୃହ, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ କର୍ମୀ,ସ୍ୱଚ୍ଛ ସୁପରଭାଇଜର ଓ ମଳ ପଙ୍କ ବିଶୋଧନାଗାରର କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବଡ଼ଖାନାର ଆୟୋଜନ କରାଯାଇଥିଲା ।
Comments are closed.