www.samajalive.in
Sunday, December 7, 2025
26.1 C
Bhubaneswar

ଜଙ୍ଗଲ ଜଗିବ ଡଗ୍‌ ସ୍କ୍ବାଡ୍‌

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ବନଖଣ୍ଡ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା, ପ୍ରାଣଘାତୀ ବୋମା ଏବଂ ପଶୁ ଶିକାରୀଙ୍କ ଜନ୍ତା (ଫାସ)ର ସନ୍ଧାନ କରିବାକୁ ପ୍ରଶିକ୍ଷଣପ୍ରାପ୍ତ କୁକୁର ପାଇଁ ଟେଣ୍ଡର ଆହ୍ବାନ କରିଛି ବନ ବିଭାଗ। ପ୍ରଥମ ପର୍ଯ୍ୟାୟରେ ୫ଟି ଡିଭିଜନରେ ୧୦ଟି ଡଗ୍ ସ୍କ୍ବାଡ଼ ରଖାଯିବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ)ଡ.ସୁଶାନ୍ତ ନନ୍ଦ। ସେ କହିଛନ୍ତି ଯେ, ହିନ୍ଦୋଳ ଏବଂ ଆଠଗଡ଼ ଅଞ୍ଚଳରେ ବୋମା ଦ୍ବାରା ହାତୀଙ୍କୁ ହତ୍ୟା କରାଯାଉଛି। ସେଥିପାଇଁ ବନବିଭାଗ ପକ୍ଷରୁ ଡଗ୍‌ ସ୍କ୍ବାଡ଼ର ବ୍ୟବସ୍ଥା କରାଯାଉଛି। ୫ଟି ଡିଭିଜନର ଡିଏଫ୍‌ଓଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ବନ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ପ୍ରାପ୍ତ ୧୨ ମାସରୁ ୧୮ ମାସ ବୟସର କୁକୁର ଡଗ୍ ସ୍କ୍ବାଡରେ ସାମିଲ କରିବାକୁ ସ୍ଥିର କରିଛି। ଏହାସହିତ କେସିଆ ଦ୍ବାରା ପଞ୍ଜିକୃତ ହୋଇଥିବେ।
ବନ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଶିମିଳିପାଳ, ସାତକୋଶିଆ, ଡେବ୍ରିଗଡ଼, ହିନ୍ଦୋଳ(ଢ଼େଙ୍କାନାଳ) ଏବଂ ଆଠଗଡ଼ ୫ଟି ଡିଭିଜନରେ ଦୁଇଟି ଲେଖାଏଁ ମୋଟ୍‌ ୧୦ଟି ଡଗ୍‌ ସ୍କ୍ବାଡ଼ ମୁତୟନ କରିବାକୁ ଯୋଜନା କରିଛି। ଏହି ଡଗ୍‌ ସ୍କ୍ବାଡ ଜଙ୍ଗଲରେ ପଇଁତରା ମାରିବା ସହିତ ଶିକାର ପାଇଁ ବଛାଯାଇଥିବା ଜନ୍ତାର ସନ୍ଧାନ କରିବ। ଏହାସହିତ ହାତୀଙ୍କୁ ଆକ୍ରମଣ କରିବାକୁ ପକାଯାଉଥିବା ବିଭିନ୍ନ ଫଳ ଆକୃତିର ବୋମାକୁ ଏହି କୁକୁର ଜଗିବେ। ରାଜ୍ୟରେ ପ୍ରଥମଥର ପାଇଁ ବନବିଭାଗ ପକ୍ଷରୁ ଡଗ୍‌ ସ୍କ୍ବାଡର ବ୍ୟବସ୍ଥା କରାଯାଉଛି। ଏହି ଡଗ୍‌ ସ୍କ୍ବାଡଦ୍ବାରା ବନ ବିଭାଗ ଜଙ୍ଗଲ ଏବଂ ପଶୁପକ୍ଷୀଙ୍କ ସୁରକ୍ଷାରେ ସଫଳ ହେବ ବୋଲି ଆଶା ରଖିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories