www.samajalive.in
Sunday, December 7, 2025
23.1 C
Bhubaneswar

ଶୀତ ଦିନେ ଖାଆନ୍ତୁ ଏହି ଖାଦ୍ୟ, ସ୍ୱାସ୍ଥ୍ୟ ପାଇଁ ହିତକାରକ

ଶୀତ ଦିନ ଆରମ୍ଭ ହେବାକୁ ଅଳ୍ପ ଦିନ ବାକି ରହିଥିବା ବେଳେ ଥଣ୍ଡା ଅନୁଭବ ହେଲାଣି। ଏହି ସମୟରେ ବୟସ୍କ ହୁଅନ୍ତୁ ଅଥବା ପିଲା ଥଣ୍ଡା ଜ୍ୱର ଆଦିରେ ଆକ୍ରାନ୍ତ ହୋଇଥାଆନ୍ତି। ଏଭଳି କେତେକ ଖାଦ୍ୟ ବିଷୟରେ ଜାଣନ୍ତୁ ଯାହାକୁ ଖାଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତି ମିଳିବା ସହ ସହଜରେ ଥଣ୍ଡା ଜ୍ୱର ହୋଇନଥାଏ।
ରାଶି –
ଥଣ୍ଡା ଦିନରେ ରାଶି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀର ଉଷ୍ଣ ରହିଥାଏ। ଏଥିରେ କ୍ୟାଲସିୟମ, ପ୍ରୋଟିନ, ଭିଟାମିନ ଆଦି ପ୍ରଚୁର ମାତ୍ରାରେ ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ମିଶ୍ରି ଓ ରାଶି ମିଶ୍ରିତ କାଢା ପିଇବା ଦ୍ୱାରା ଥଣ୍ଡା କାଶରୁ ମଧ୍ୟ ମୁକ୍ତି ମିଳିଥାଏ। ରାଶି ଲଡ଼ୁ ଖାଇବା ଦ୍ୱାରା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ।
ପନିପରିବା –
ନିୟମିତ ନିଜ ଖାଦ୍ୟରେ ବିନ୍ସ, କୋବି, ପାଳଙ୍ଗ ଶାଗ, ଗାଜର , ବିଟ, ଟମାଟୋ, ପିଆଜ ଆଦି ସାମିଲ କରନ୍ତୁ। ଏହା ସ୍ୱାସ୍ଥ୍ୟକୁ ଆବଶ୍ୟକ ପରିମାଣରେ ସମସ୍ତ ପୋଷକ ତତ୍ତ୍ୱ ଦେଇଥାଏ।
ଫଳ –
ଫଳ ଖାଇବା ପ୍ରତ୍ୟେକ ଋତୁରେ ଆବଶ୍ୟକ। ମାତ୍ର ଶୀତ ଦିନରେ ବିଶେଷ କରି କମଳା, ପିଜୁଳି, ଅଁଳା, ସେଓ, ଲେମ୍ବୁ, ନାସପାତି, କିୱି ଆଦି ଖାଆନ୍ତୁ। ଏହା ଶରୀରରେ ସମସ୍ତ ପ୍ରକାର ଭିଟାମିନର ଅଭାବକୁ ପୂରଣ କରିଥାଏ।
ଅଳସୀ –
ଅଳସୀର ମଞ୍ଜିରେ ଗୁଡ଼ ମିଶାଇ ଖାଇବା ଦ୍ୱାରା ଥଣ୍ଡା କାଶ ଦୂର ହୋଇଥାଏ। ଏହାସହ ଏହାକୁ ଖାଇବା ଦ୍ୱାରା ଶରୀର ଉଷ୍ଣ ରହିଥାଏ।
ବାଦାମ ଲଡ଼ୁ –
ବାଦାମରେ ଗୁଡ଼ ମିଶାଇ ଲଡ଼ୁ ପ୍ରସ୍ତୁତ କରି ଖାଆନ୍ତୁ। ଏହାକୁ ଶୀତ ଦିନେ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏହା ଶରୀରକୁ ଆବଶ୍ୟକ ଶକ୍ତି ଯୋଗାଇବା ସହ ହୃଦୟ ଜନିତ ସମସ୍ୟାରୁ ମଧ୍ୟ ଦୂରେଇ ରଖେ।
ଡ଼୍ରାଏ ଫ୍ରୁଡ୍ସ –
ଶୀତ ଦିନେ ଡ଼୍ରାଏ ଫ୍ରୁଡ୍ସ ( ବାଦାମ, କାଜୁ, ଅଖରୋଟ )ଖାଇବା ଶରୀର ପାଇଁ ଅମୃତ ସହ ସମାନ ବୋଲି କୁହାଯାଏ। ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇବା ସହ ଶରୀରକୁ ଥଣ୍ଡାରୁ ଦୂରେଇ ରଖେ। ନିୟମିତ ଏହାକୁ ଖାଇବା ଦ୍ୱାରା ତ୍ୱଚା ପାଇଁ ମଧ୍ୟ ଲାଭଦାୟକ।
ଅଦା –
ଶୀତ ଦିନେ ଅଦାର ମଧ୍ୟ ସେବନ କରି ପାରିବେ। ଚା’ ହେଉ କିମ୍ବା ବ୍ୟଞ୍ଜନରେ ହେଉ ଅଦାକୁ ବ୍ୟବହାର କରି ଖାଇପାରିବେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories