www.samajalive.in
Saturday, December 13, 2025
14.1 C
Bhubaneswar

ଚଟପଟ ମକା ମସଲା

ଆବଶ୍ୟକ ସାମଗ୍ରୀ
ମକା ମଞ୍ଜି – ୨କପ
କଣ୍ଣଫ୍ଲୋର୍‍ – ୨ଚାମଚ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
ତେଲ – ଆବଶ୍ୟକ ଅନୁଯାୟୀ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଲେମ୍ବୁ ରସ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ପାଣି ଗରମ କରନ୍ତୁ। ପାଣି ଫୁଟିବା ପରେ ମକା ମଞ୍ଜିକୁ ଏଥିରେ ପକାଇ ୩ ରୁ ୪ ମିନିଟ ଫୁଟାନ୍ତୁ। ଏହା ପରେ ଏକ ପାତ୍ରରେ ଏହି ମଞ୍ଜିକୁ ଛାଣି ରଖନ୍ତୁ।
ଏହି ମଞ୍ଜି ଥିବା ପାତ୍ରରେ ୨ ଚାମଚ କର୍ଣ୍ଣଫ୍ଲୋର୍‍ , ଲଙ୍କା ଗୁଣ୍ଡ, ଲୁଣ ପକାଇ ଭଲ ଭାବେ ଗୋଳାଇ ଏହି ମିଶ୍ରଣକୁ ରଖନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ।
ତେଲ ଗରମ ହେବା ପରେ ରଖିଥିବା ମିଶ୍ରଣକୁ ଛାଣି ଦିଅନ୍ତୁ। ଛାଣିବା ବେଳେ ୨ମିନିଟ ଗ୍ୟାସରେ ବସାଇ ଏକ ପାତ୍ର ଘୋଡ଼ାଇ ଦିଅନ୍ତୁ ।
ଛାଣିବା ପରେ ଏକ ପାତ୍ରକୁ କାଢି ଏହା ଉପରେ କଟା ଧନିଆ ପତ୍ର, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ସାମାନ୍ୟ ଲୁଣ, ଲେମ୍ବୁ ରସ ପକାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମକା ମସଲା।
ଏବେ ଏହାକୁ ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ବହୁ ପଦ ଖାଲି

କାମଚଳା ଅଧିକାରୀଙ୍କ ଦାୟିତ୍ୱରେ ଜିଲା ଓ ମୁଖ୍ୟାଳୟ କଟକ : ସୂଚନା ଓ...

ସାଇବର ଥାନାରେ ଖୋଲିବ ଫୋରେନ୍‌ସିକ ୟୁନିଟ୍‌

ଭୁବନେଶ୍ବର : ସାଇବର ଅପରାଧୀଙ୍କ ପଞ୍ଝାରେ ଓଡ଼ିଶା। ସାଇବର ଠକେଇ କମୁନି,...

ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...

ଆଜି ଆୟୁଷ୍ମାନ ଯୋଗ: ଶୁଭ ମୁହୂର୍ତ୍ତରେ କରନ୍ତୁ ଏହି କାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି ଡିସେମ୍ବର ୧୩,...

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

Related Articles

Popular Categories