ମଲେଇ କୋଫ୍‍ତା

0

ଆବଶ୍ୟକ ସାମଗ୍ରୀ
ଛେନା – ୪୦୦ ଗ୍ରାମ
ସୁଜି – ଅଳ୍ପ
କାଜୁ ,ଜିରା ବଟା – ୬ ଚାମଚ
ଗୋଟା କାଜୁ – ୫ ରୁ ୬ଟି
ଲୁଣ – ଆବଶ୍ୟକ ଅନୁଯାୟୀ
ତେଲ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – – ଆବଶ୍ୟକ ଅନୁଯାୟୀ
କଟା ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଛେନାକୁ ପେଷି ( ଗ୍ରାଇଣ୍ଡିଙ୍ଗ ) କରି ଦିଅନ୍ତୁ। ଏଥିରେ ଅଳ୍ପ ସୁଜି ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହାକୁ ହାତରେ ଗୋଲ ଗୋଲ କରି ଏହା ମଧ୍ୟରେ ଫାଳେ ଫାଳେ କାଜୁ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଗୋଲ କରି ରଖିଥିବା ଛେନାକୁ ଛାଣିକି ଏକ ପାତ୍ରରେ ରଖନ୍ତୁ। ଏହା ପରେ କଡ଼େଇରେ ଆଉ କିଛି ତେଲ ଗରମ କରି ସେଥିରେ କାଜୁ ବଟା, ଲୁଣ , ଅଳ୍ପ ହଳଦୀ ,ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ଏଥିରେ କଟା ଧନିଆ ପତ୍ର ଛାଣି କରି ରଖିଥିବା ଛେନାକୁ ପକାନ୍ତୁ। କିଛି ପାଣି ଦେଇ ୨ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଦିଅନ୍ତୁ ଓ ଗରମାଗରମ ଖାଆନ୍ତୁ।

Leave A Reply