ବାଂଶପାଳ: ବାଂଶପାଳ ଭୁଇଁଆ ଜୁଆଙ୍ଗ ପିଢ଼ ରେଞ୍ଜ ନିକଟସ୍ଥ ସିଂପୁର ଗ୍ରାମର ଏକ କୂଅରେ ପଡିଥିବା ଦୁଇଟି ହାତୀକୁ ବନକର୍ମଚାରୀ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ତେବେ ଉଦ୍ଧାର କାର୍ୟ୍ୟ ବେଳେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ବାଂଶପାଳ ଭୁଇଁଆ ଜୁଆଙ୍ଗ ପିଢ଼ ରେଞ୍ଜ ନିକଟସ୍ଥ ସିଂପୁର ଗ୍ରାମରେ ୧୬ଟି ହାତୀ ଚାଷ ଜମିରେ ଫସଲ ନଷ୍ଟ କରୁଥିଲେ। ଏହି ଖବର ପାଇ ବନ ବିଭାଗ ହାତୀ ଘଉଡେଇବା ପାଇଁ ଯାଇଥିଲେ। ସେହି ସମୟରେ ୨ଟି ହାତୀ ସିଂପୁର ବନ୍ଦ ସାହିରେ ଚାଷ ଜମି ଭିତରେ ଥିବା ଏକ କୂଅରେ ପଡିଯାଇଥିଲେ । ବନ କର୍ମଚାରୀ ଓ ବାଂଶପାଳ ଦମକଳ କର୍ମଚାରୀ ମିଶି ହାତୀ ୨ଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ହାତୀଟି ଦୌଡ଼ି ଆସି ବନ କର୍ମଚାରୀଙ୍କୁ ପିଛା କରିଥିଲା। କର୍ମଚାରୀମାନେ ଦୌଡ଼ି ପଳାଇଯିବା ବେଳେ ଟିକେଶ୍ୱର ମହାନ୍ତ ପଡିଯାଇ ଆହତ ହୋଇଛନ୍ତି । ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଖାଲରୁ ହାତୀ ଉଦ୍ଧାର, ବନ କର୍ମଚାରୀ ଗୁରୁତର
Popular Categories



