www.samajalive.in
Tuesday, December 9, 2025
23.1 C
Bhubaneswar

ଜାଣନ୍ତୁ, ମନ୍ଦିରରୁ ଆଣିଥିବା ଫୁଲର ସଠିକ ବ୍ୟବହାର

ମନ୍ଦିରରୁ ମିଳୁଥିବା ହାରକୁ ନିର୍ମାଲ୍ୟ କୁହାଯାଏ। ଏହାର ବିଶେଷ ମହତ୍ତ୍ବ ରହିଛି। ଏହି ଫୁଲକୁ ଘରେ ରଖିବା ଓ ତାକୁ ବିସର୍ଜିତ କରିବାର ବିଭିନ୍ନ ଉପାୟ ରହିଛି।

ଯେତେବେଳେ କୌଣସି ବ୍ୟକ୍ତି ମନ୍ଦିର ଯାଆନ୍ତି ସେମାନଙ୍କୁ ପୂଜାରୀ ଭଗବାନଙ୍କୁ ଚଢାଇଥିବା ଫୁଲ ପ୍ରସାଦ ରୂପେ ଦେଇ ଥାଆନ୍ତି। ତାହାକୁ ଆଶୀର୍ବାଦ ଭାବି ସମସ୍ତେ ଘରକୁ ନେଇ ଆସି ଥାଆନ୍ତି। କିନ୍ତୁ କିଛି ଦିନ ରହିବା ପରେ ଫୁଲ ଶୁଖି ଯାଇଥାଏ। ତାପରେ ସମସ୍ତେ ଭାବନ୍ତି ଯେ, ସେହି ଫୁଲକୁ କ’ଣ କରିବା ଉଚିତ। ବେଳେବେଳେ ଅନେକ ଅଶୁଭ ଭାବି ଫୁଲକୁ ଫୋପାଡି ନ ଥାଆନ୍ତି। ଶାସ୍ତ୍ରରେ ଏହାର ସମାଧାନ ସମ୍ବନ୍ଧରେ କିଛି ତଥ୍ୟ ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ଜାଣିବା ଭଗବାନଙ୍କ ନିକଟରୁ ଆଣି ଥିବା ଫୁଲ ଶୁଖିଗଲେ ତାକୁ କ’ଣ କରିବା ଉଚିତ୍ ..

- Advertisement -

ପ୍ରଥମତଃ ମନ୍ଦିରରୁ ଭଗବାନଙ୍କ ନିକଟରୁ ଆଣି ଥିବା ଫୁଲକୁ ଆଲମାରୀରେ ରଖିବା ଉଚିତ। ଯଦି ପ୍ରସାଦ ସହ ଫୁଲ ମିଳିଥିବ ତେବେ ତାକୁ ଗହଣା ଓ ଟଙ୍କା ରଖିଥିବା ବାକ୍ସରେ ଏକ ଛୋଟ ପାତ୍ରରେ ରଖି ଦିଅନ୍ତୁ। କାରଣ ଏହା ଶୁଖିଗଲେ ଚାରି ଆଡେ ପଡିବ ନାହିଁ। ଫୁଲକୁ ଲାଲ କପଡା କିମ୍ବା କାଗଜରେ ଗୁଡାଇ ମଧ୍ୟ ରଖିପାରିବେ।

କୌଣସି ଯାତ୍ରା କରୁଥିବା ବେଳେ ମନ୍ଦିରକୁ ଗଲେ ସେଠାରୁ ଫୁଲ ଆଣିଲେ ତାକୁ ସମ୍ଭାଳି ରଖିବା ଅତ୍ୟନ୍ତ କଷ୍ଟକର। ତେଣୁ ସେହି ଫୁଲକୁ ହାତରେ ରଖି କିଛି ସମୟ ପରେ କୌଣସି ବୃକ୍ଷ ମୂଳରେ ରଖି ଦିଅନ୍ତୁ। ଏହାସହ ଫୁଲକୁ କୌଣସି ନଦୀ କିମ୍ବା ପୋଖରୀରେ ବିସର୍ଜିତ କରିଦିଅନ୍ତୁ।

ଏପରି କରିବା ଦ୍ବାରା କୌଣସି ଅଶୁଭ ହୋଇ ନ ଥାଏ।

 

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories