www.samajalive.in
Sunday, December 7, 2025
23.1 C
Bhubaneswar

ଏସ୍‌ସିବିରେ ଯକୃତ ପ୍ରତିରୋପଣ

କଟକ : ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ସଫଳତାରେ ଆଉ ଏକ ନୂଆ ଫର୍ଦ ଯୋଡିହେବାକୁ ଯାଉଛି। ଏଠାରେ ସଫଳତାର ସହିତ ବୃକ୍‌କ ଏବଂ ଅସ୍ଥିମଜ୍ଜା ପ୍ରତିରୋପଣ ହେବା ପରେ ଆଜି (ବୁଧବାର) ଲିଭର ଟ୍ରାନସପ୍ଲାଣ୍ଟ (ଯକୃତ ପ୍ରତିରୋପଣ) ଆରମ୍ଭ ହୋଇଛି। ଏଥିପାଇଁ ହାଇଦ୍ରାବାଦ ଏଆଇଜିର ଏକ ବିଶେଷଜ୍ଞ ଦଳ ଆସି ଏସ୍‌ସିବିରେ ପହଞ୍ଚିଛନ୍ତି। ଯକୃତ ଦାତା ଓ ଗ୍ରହୀତାଙ୍କୁ ଡାକ୍ତରୀ ଦଳ ନିରୀକ୍ଷଣ​‌ କରିଛନ୍ତି।
ସୂଚନା ଅନୁଯାୟୀ, ତିଗିରିଆ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଶରୀରରେ ଏହି ପ୍ରତିରୋପଣ ହେବ। ତାଙ୍କ ପତ୍ନୀଙ୍କ ଶରୀରରୁ ଯକୃତର ତଳ ଅଂଶ କଢା ଯାଇ ସ୍ବାମୀଙ୍କ ଶରୀରରେ ପ୍ରତିରୋପଣ କରାଯିବ। ଏଥିପାଇଁ ଉଭୟଙ୍କୁ ମେଡିକାଲ ପକ୍ଷରୁ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ଶେଷ କରାଯାଇଛି। ହେପାଟୋଲୋଜି ଓ ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗର ମିଳିତ ସହଯୋଗରେ ଏହି ପ୍ରତିରୋପଣ କରାଯାଉଛି। ଏଆଇଜି ଟିମ୍‌ ସହ ମେଡିକାଲର ଏକ ଡାକ୍ତରୀ ଦଳ ଅସ୍ତ୍ରୋପଚାରରେ ସାମିଲ ରହିଛନ୍ତି। ପ୍ରଥମ ଥର ପାଇଁ ୨୦୨୦ରେ ରାଜ୍ୟରେ ଯକୃତ ପ୍ରତିରୋପଣ କରାଯାଇଥିଲା। ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଏହି ଅସ୍ତ୍ରୋପଚାର ହୋଇଥିଲା। ଉକ୍ତ ଅସ୍ତ୍ରୋପଚାର ମଧ୍ୟ ହାଇଦରାବାଦ ଏଆଇଜି ଟିମ୍ କରିଥିଲେ। ଯକୃତ ପ୍ରତିରୋପଣ ପାଇଁ ୨୦୧୪-୧୫ରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories