ଡିଆରଡିଓ ବିଲ୍ଡିଂରେ ନିଆଁ

ନୂଆଦିଲ୍ଲୀ: ଡିଆରଡିଓ ମେଟକାଫ୍‌ ହାଉସ୍‌ କୋଠାର ଷଷ୍ଠ ମହଲାରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଅଗ୍ନିଶମ ବିଭାଗର ମୋଟ୍‌ ୧୮ଟି  ଗାଡ଼ି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀଙ୍କ କହିବାନୁସାରେ, ଦିନ ୧୨ଟା ୧୨ରେ ସିଭିଲ୍ ଲାଇନ୍ସରେ ଡିଆରଡିଓ ବିଲ୍ଡିଂରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। ଅଧିକାରୀ କହିଛନ୍ତି ଯେ, ଷଷ୍ଠ ମହଲାର ଏକ ମିଟିଂ ହଲରେ ନିଆଁ ଲାଗିବା ମାତ୍ରେ ସମସ୍ତ କର୍ମଚାରୀ ବିଲ୍ଡିଂରୁ ବାହାରି ଆସିଥିଲେ।

 

Comments are closed.