www.samajalive.in
Wednesday, December 10, 2025
17.1 C
Bhubaneswar

ଅଭିନେତା ବୁଦ୍ଧାଦିତ୍ୟଙ୍କ ନାଁରେ ଏତଲା

ଭୁବନେଶ୍ୱର : ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ କ୍ୟାପିଟାଲ ଥାନାରେ ଛାତ୍ର କଂଗ୍ରେସ ପକ୍ଷରୁ ଏତଲା ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ଏହି ଅଭିଯୋଗକୁ ପୁଲିସ ଗ୍ରହଣ କରିବା ସହ ଘଟଣାର ତଦନ୍ତ କରୁଛି। ଅଭିଯୋଗ ଅନୁସାରେ, ଅଭିନେତା ବୁଦ୍ଧାଦିତ୍ୟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ବୟାନ ରଖି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋ ସହ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଲରେନ୍ସଙ୍କ ଫଟୋ ପୋଷ୍ଟ କରି ରାହୁଲ ପରବର୍ତ୍ତୀ ଟାର୍ଗେଟ ବୋଲି ବୁଦ୍ଧାଦିତ୍ୟ ଲେଖିଥିବା ଅଭିଯୋଗରେ ଛାତ୍ର କଂଗ୍ରେସ ପକ୍ଷରୁ ଦର୍ଶାଯାଇଛି। ଏନେଇ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଛନ୍ତି ଯେ, ବୁଦ୍ଧାଦିତ୍ୟ ଉକ୍ତ ପୋଷ୍ଟକୁ ଡିଲିଟ୍‌ କରିଛନ୍ତି, ଯେଉଁଭଳି ସେ ଭୁଲ୍‌ ପୋଷ୍ଟ କରିଥିଲେ ସେଭଳି ସାମାଜିକ ଗଣମାଧ୍ୟମରେ କ୍ଷମା ମାଗନ୍ତୁ, ନଚେତ୍‌ ଆଗାମୀ ଦିନରେ ତାଙ୍କୁ ବାଟ ଚଲାଇ ଦେବୁନାହିଁ। କାଳି ମାଡ଼ କରିବୁ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି। ଅନ୍ୟପକ୍ଷରେ ବୁଦ୍ଧାଦିତ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କଂଗ୍ରେସକୁ ଆକ୍ଷେପ କରିବା ମୋର କୌଣସି ଉଦ୍ଦେଶ୍ୟ ନୁହେଁ। ମୋ ପୋଷ୍ଟକୁ କଂଗ୍ରେସ କର୍ମୀ ଭୁଲ୍‌ ଅର୍ଥରେ ନେଇଛନ୍ତି ବୋଲି ସେ ଗଣମାଧ୍ୟମ ସମ୍ମୁଖରେ ମତ ରଖିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories