ଚାଷୀ ଅତ୍ମହତ୍ୟା ଘଟଣା : ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ପରିଦର୍ଶନ

ଗଜପତି: ଗଜପତି ଜିଲ୍ଲା ମୋନହା ବ୍ଲକର ଅଡବା ଥାନା ଅନ୍ତର୍ଗତ ପଟାଚାଞ୍ଚଡା ଗ୍ରାମର ଗୌରଚନ୍ଦ୍ର କାର୍ଯୀ ଚାଷୀ ଆତ୍ମହତ୍ୟା ଘଟଣା ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଗୁରୁବାର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କୃଷି ବିଭାଗୀୟ ଜିଲ୍ଲା ଅଧିକାରୀଙ୍କ ଏକ ଟିମ ପଟାଚାଞ୍ଚଡା ଗ୍ରାମରେ ପହଞ୍ଚି ପ୍ରାଣ ହାରିଥିବା ଚାଷୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଏରେମନ୍ୟାସ ପ୍ରଧାନ, କୃଷି ଜିଲ୍ଲା ଅଧିକାରୀ ଏ. ରାମ ପ୍ରସାଦ ପାତ୍ର, ମୋହନା ବ୍ଲକ କୃଷି ଅଧିକାରୀ ଭବେନ୍ଦ୍ର ମୁର୍ମୁ ଗ୍ରାମରେ ପହଞ୍ଚି ମୃତକଙ୍କ ପତ୍ନୀ କୂନି କାର୍ଯୀଙ୍କ ଆଲୋଚନା କରିଛନ୍ତି। କୃଷି ଅଧିକାରୀଙ୍କ କହିବା ଅନୁସାରେ ଅନୁସନ୍ଧାନରୁ ଜଣାପଡିଛି ଯେ ମୃତ ଗୌରଚନ୍ଦ୍ର କାର୍ଯୀ ଜଣେ ସକ୍ରୀୟସକ୍ରିୟ ଚାଷୀ ଥିଲେ ଏବଂ କାଳିଆ ଯୋଜନାରେ ସରକାରୀ ସୁବିଧା ପାଇବା ସହ ଚଳିତ ବର୍ଷ କୃଷି ବିଭାଗ ପକ୍ଷରୁ ଚିନାବାଦାମ ବିହନ ଆଣି ଚାଷ କରିଥିଲେ। ତେବେ ସାହୁକାର ଠାରୁ ରୁଣ ଆଣି ମକା ଓ ଧାନ ଚାଷ କରିଆସୁଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ ଜଣା ପଡିଥିବା କହିଛନ୍ତି କୃଷି ଅଧି୍କାରୀ। ତେବେ ଚାଷୀ ଜଣଙ୍କ କେଉଁ କାରଣରୁ କିଭଳି ମୃତ୍ୟୁ ଘଟିଲା ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ବଷ୍ଟ ଭାବେ ଜଣାପଡିବ ଏବଂ ଚାରୋଟି ଛୁଆକୁ ନେଇ ଅସହାୟ ପରିବାର ପାଇଁ କୃଷି ବିଭାଗ ପକ୍ଷରୁ ବିହନ ଆଦି ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ବ୍ଲକ କୃଷି ଅଧିକାରୀ ଭବେନ୍ଦ୍ର ମୁର୍ମୁ କହିଥିବା କହିଛନ୍ତି।

Comments are closed.